ବୁଡ଼ିଗଲା ଡଙ୍ଗା, ୩ ନିଖୋଜ

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ଡଙ୍ଗା ବୁଡ଼ି ମା’, ଛୁଆ ସମେତ ତିନିଜଣ ନିଖୋଜ ହୋଇଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜ଼ିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାରରେ। ଏଠାକାର କାଲିମେଳା ଜଳଭଣ୍ଡାରର ଓରାପଦର ଘାଟରେ ଡଙ୍ଗା ବୁଡ଼ିଯିବାରୁ ୩ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ୧୧ ଜଣଙ୍କୁ ନେଇ ଦେଶୀ ଡଙ୍ଗାଟି ଓରାପଦରରୁ ବକୁଲି ଯାଉଥିଲା । ହଠାତ୍ ଡଙ୍ଗାଟି ବୁଡ଼ି ଯାଇଥିଲା । ତେବେ ୧୧ ଜଣଙ୍କ ମଧ୍ୟରୁ ୮ ଜଣ […]

river

Ranjit Kumar Jena
  • Published: Wednesday, 19 May 2021
  • , Updated: 19 May 2021, 03:59 PM IST

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ଡଙ୍ଗା ବୁଡ଼ି ମା’, ଛୁଆ ସମେତ ତିନିଜଣ ନିଖୋଜ ହୋଇଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜ଼ିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାରରେ। ଏଠାକାର କାଲିମେଳା ଜଳଭଣ୍ଡାରର ଓରାପଦର ଘାଟରେ ଡଙ୍ଗା ବୁଡ଼ିଯିବାରୁ ୩ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ୧୧ ଜଣଙ୍କୁ ନେଇ ଦେଶୀ ଡଙ୍ଗାଟି ଓରାପଦରରୁ ବକୁଲି ଯାଉଥିଲା । ହଠାତ୍ ଡଙ୍ଗାଟି ବୁଡ଼ି ଯାଇଥିଲା । ତେବେ ୧୧ ଜଣଙ୍କ ମଧ୍ୟରୁ ୮ ଜଣ ପହଁରି କୂଳକୁ ଆସିଥିବା ପହଞ୍ଚିଯାଇଥିବା ବେଳେ ବାକି ତିନି ଜଣ ନିଖୋଜ ଅଛନ୍ତି ।

ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଗ୍ରାମବାମୀମାନେ ଦମଦାରଗୁଡାର ବୋଲି ଜଣାପଡ଼ିଛି। ତେବେ ଡଙ୍ଗାଟି କେମିତି ବୁଡ଼ିଲା, ତାହା ଜଣା ପଡ଼ିନାହିଁ।

Related story