Advertisment

ନକ୍ସଲଙ୍କୁ ଚେକ୍ ଦେବା ପାଇଁ ଗଠନ ହେଲା ବସ୍ତର ଟାଇଗର ଫୋର୍ସ

ମାଲକାନଗିରି (ଜିତେନ୍ଦ୍ର ବେଉରା): ନକ୍ସଲ ଦମନ ନେଇ ଛତିଶଗଡ଼ ପୁଲିସ ଆପଣାଇଛି ନୂଆ ଷ୍ଟ୍ରାଟେଜୀ। ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ସହ ଲଢିବେ ବସ୍ତର ଟାଇଗର ଫୋର୍ସ ଟ୍ରେନିଂ ଆମ୍ବିଆନ୍ସ। ଛତିଶଗଡ ଦନ୍ତେୱାଡା ଜିଲ୍ଲା ପୁଲିସ କ୍ୟାମ୍ପରେ ତାଲିମ ନେଉଛନ୍ତି ଲାଲ ଇଲାକାର ଆଦିବାସୀ ଯୁବକ ଯୁବତୀ। ସକାଳୁ ସନ୍ଧ୍ୟା ଯାଏଁ କଠିନ ପ୍ରଶିକ୍ଷଣ କରୁଛନ୍ତି। ପ୍ରଥମେ ବ୍ୟାୟାମ, ଆଉ ତାପରେ ରନିଂ, ଲଙ୍ଗ ଜମ୍ପ, ହାଇ ଜମ୍ପ ଏବଂ ସଟ୍ ପୁଟର ତାଲିମ ଦେଉଛନ୍ତି। ଟ୍ରେନର କମ୍ବିଂ […]

author-image
Ranjit Kumar Jena
ନକ୍ସଲଙ୍କୁ ଚେକ୍ ଦେବା ପାଇଁ ଗଠନ ହେଲା ବସ୍ତର ଟାଇଗର ଫୋର୍ସ

naxal

ମାଲକାନଗିରି (ଜିତେନ୍ଦ୍ର ବେଉରା): ନକ୍ସଲ ଦମନ ନେଇ ଛତିଶଗଡ଼ ପୁଲିସ ଆପଣାଇଛି ନୂଆ ଷ୍ଟ୍ରାଟେଜୀ। ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ସହ ଲଢିବେ ବସ୍ତର ଟାଇଗର ଫୋର୍ସ ଟ୍ରେନିଂ ଆମ୍ବିଆନ୍ସ। ଛତିଶଗଡ ଦନ୍ତେୱାଡା ଜିଲ୍ଲା ପୁଲିସ କ୍ୟାମ୍ପରେ ତାଲିମ ନେଉଛନ୍ତି ଲାଲ ଇଲାକାର ଆଦିବାସୀ ଯୁବକ ଯୁବତୀ। ସକାଳୁ ସନ୍ଧ୍ୟା ଯାଏଁ କଠିନ ପ୍ରଶିକ୍ଷଣ କରୁଛନ୍ତି। ପ୍ରଥମେ ବ୍ୟାୟାମ, ଆଉ ତାପରେ ରନିଂ, ଲଙ୍ଗ ଜମ୍ପ, ହାଇ ଜମ୍ପ ଏବଂ ସଟ୍ ପୁଟର ତାଲିମ ଦେଉଛନ୍ତି। ଟ୍ରେନର କମ୍ବିଂ ବେଳେ ଜଙ୍ଗଲରୁ ଖସିଯାଉଥିବା ନକ୍ସଲଙ୍କୁ ଧରିବାକୁ ଦିଆଯାଉଛି ସବୁ ପ୍ରକାରର ଟ୍ରେନିଂ। ଆଉ ଏସବୁର ପରିଚାଳନା କରୁଛନ୍ତି ଖୋଦ୍ ଦନ୍ତେୱାଡା ଏସପି।

Advertisment

ଟ୍ରେନିଂ ନେଉଥିବା କିଛି ବଛା ବଛା ଯୁବକ ଯୁବତୀଙ୍କୁ ନେଇ ଗଠନ ହେବ ବସ୍ତର ଟାଇଗର ଫୋର୍ସ। ଅବିଭକ୍ତ ୮ଟି ବସ୍ତର ଜିଲ୍ଲାରେ ମୋଟ ୨୮୦୦ ପଦବୀରେ ଭର୍ତ୍ତି ହେବେ ଏହି ଯୁବକଯୁବତୀ। ସକାଳ ୬ଟାରୁ ଏହି ତାଲିମ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲୁଛି। ପ୍ରତ୍ୟେକ ସିଫ୍ଟରେ ୩୦ରୁ ୪୦ ଜଣ ଯୁବକ ଯୁବତୀ ତାଲିମ ନେଉଛନ୍ତି। ପ୍ରଶାସନ ପକ୍ଷରୁ ଏମାନଙ୍କୁ ରହିବା ଖାଇବା ସଂପୂର୍ଣ୍ଣ ମାଗଣା ଦିଆଯାଉଛି।

ଏହି ବସ୍ତର ଫାଇଟର ଲାଲ ଇଲାକାର ଯୁବକଯୁବତୀ ସାମିଲ ହେଉଥିବାରୁ ପୁଲିସ ନକ୍ସଲ ଦମନରେ ଅଧିକା ସଫଳତା ପାଇବାର ଆଶା ରଖିଛି। କାରଣ ଏହି ଯୁବକଯୁବତୀଙ୍କ ଜୀବନ କାଳ ଘଞ୍ଚ ଜଙ୍ଗଲ ଓ ନକ୍ସଲଙ୍କ ସଂସ୍ପର୍ଶରେ ବିତିଛି। ନକ୍ସଲଙ୍କ ଷ୍ଟ୍ରାଟେଜୀ, ଗତିବିଧି ଉପରେ ବେଶ ଅବଗତ ରହିଛନ୍ତି ଏହି ଯୁବକଯୁବତୀ। ଏହା ସହ ସ୍ଥାନୀୟ ଭାଷା ମାଓ ବାଦୀଙ୍କ ସୂଚନା ମିଳାଇବାରେ ଅନେକ ସହୟତା ମିଳିବ। ଏହାସହ ଜଙ୍ଗଲରେ କେଉଁ କେଉଁମାନେ ସାଧା ପୋଷାକରେ ରହି ନକ୍ସଲଙ୍କୁ ସହଯୋଗ କରି ଆସୁଛନ୍ତି, ତାହା ଏମାନଙ୍କୁ ବେଶ ଭଲ ଭାବେ ଜଣା। ତେଣୁ ନକ୍ସଲ ଅଧ୍ୟୁଷିତ ଅଞ୍ଚଳର ଏହି ଯୁବକ ଯୁବତୀଙ୍କୁ ନେଇ ଫୋର୍ସ ଗଠନ କରିବା ସହ ନକ୍ସଲ ଦମନରେ ବଡ଼ ଧରଣର ସଫଳତା ପାଇବାକୁ ଆଶା ରଖିଛି ଛତିଶଗଡ଼ ପୁଲିସ।

Advertisment

ନକ୍ସଲଙ୍କ ଭୟରେ ବର୍ଷ ବର୍ଷ ଧରି ଏହି ଯୁବକଯୁବତୀମାନେ ସେମାନଙ୍କୁ ସହଯୋଗ କରିବା ସହ ପୁଲିସ ବାହିନୀକୁ ବିରୋଧ କରି ଆସୁଥିଲେ। କିନ୍ତୁ ଏବେ ମନ ବଦଳାଇ ଅଞ୍ଚଳର ବିକାଶ ଓ ଲାଲ ବାହିନୀକୁ ଜବାବ ଦେବା ପାଇଁ ଲାଲ ଇଲାକାରୁ ଗୋଡ଼ କାଢ଼ି ପହଞ୍ଚିଛନ୍ତି ଜିଲ୍ଲା ସଦର ମହକୁମାରେ ଏବଂ ନିଜ ଅଞ୍ଚଳକୁ ସଂପୂର୍ଣ୍ଣ ନକ୍ସଲ ମୁକ୍ତ କରିବା ସହ ଅଂଚଳରେ ବିକାଶ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି।