ନାବାଳକକୁ ଝାମ୍ପିନେଲା କୁମ୍ଭୀର

ଚି‌‌ତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟେମ୍ପ୍ରରାରୀ କଲୋନୀ (ଜଲା ସାହି)ରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗାଧୋଇଲା ବେଳେ ଜଣେ ନାବାଳକଙ୍କୁ ଏକ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଥିଲା।

ଆଜି ସକାଳେ ମୃତ ନାବାଳକଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା। ତାଙ୍କର ଗୋଟେ ହାତ ଓ ଗୋଡ଼ ନଥିଲା।

ମୃତ ନାବାଳକ ହେଲେ ଅର୍ଜୁନ ମାଝୀଙ୍କ ପୁଅ କପିଳାସ ମାଝୀ (୧୦)। ମୃତଦେହ ମିଳିବାପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।