Advertisment

ସୀତାକୁଣ୍ଡର ଦିବ୍ୟଜଳ ଅଯୋଧ୍ୟା ଗଲା, ଶ୍ରୀରାମ ମନ୍ଦିର କାର୍ଯ୍ୟରେ ଲାଗି ହେବ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀତାକୁଣ୍ଡରୁ ରାମ ଜନ୍ମଭୂମି ଗଲା ପାଣି । ଅଯୋଧ୍ୟାରୁ ଆସିଥିବା ସାଧୁସନ୍ଥ ପାଣି ନେଇ ସ୍ୱତନ୍ତ୍ର ରଥରେ ଅଯୋଧ୍ୟା ଯାଇଛନ୍ତି । ବଣ୍ଡାଘାଟିରେ ପୂଜାର୍ଚ୍ଚନା ପରେ ଦିବ୍ୟଜଳକୁ ଅଯୋଧ୍ୟା ପଠାଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗଦେଇଥିଲେ । ଅଯୋଧ୍ୟାରେ ନିର୍ମାଣଧୀନ ଭଗବାନ ଶ୍ରୀରାମଙ୍କ ମନ୍ଦିର କାର୍ଯ୍ୟରେ  ଏହି ଦିବ୍ୟ ଜଳ ଅର୍ପଣ କରାଯିବ । ତ୍ରେତୟା ଯୁଗରେ ରାମଚନ୍ଦ୍ର ବନବାସ ସମୟରେ ଯେଉଁ ସବୁ ପୌରାଣିକ […]

author-image
Niharika Rout
ଅଦ୍ୟତନ ହୋଇଛି
ସୀତାକୁଣ୍ଡର ଦିବ୍ୟଜଳ ଅଯୋଧ୍ୟା ଗଲା, ଶ୍ରୀରାମ ମନ୍ଦିର କାର୍ଯ୍ୟରେ ଲାଗି ହେବ

mkl

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀତାକୁଣ୍ଡରୁ ରାମ ଜନ୍ମଭୂମି ଗଲା ପାଣି । ଅଯୋଧ୍ୟାରୁ ଆସିଥିବା ସାଧୁସନ୍ଥ ପାଣି ନେଇ ସ୍ୱତନ୍ତ୍ର ରଥରେ ଅଯୋଧ୍ୟା ଯାଇଛନ୍ତି । ବଣ୍ଡାଘାଟିରେ ପୂଜାର୍ଚ୍ଚନା ପରେ ଦିବ୍ୟଜଳକୁ ଅଯୋଧ୍ୟା ପଠାଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗଦେଇଥିଲେ । ଅଯୋଧ୍ୟାରେ ନିର୍ମାଣଧୀନ ଭଗବାନ ଶ୍ରୀରାମଙ୍କ ମନ୍ଦିର କାର୍ଯ୍ୟରେ  ଏହି ଦିବ୍ୟ ଜଳ ଅର୍ପଣ କରାଯିବ ।

Advertisment

ତ୍ରେତୟା ଯୁଗରେ ରାମଚନ୍ଦ୍ର ବନବାସ ସମୟରେ ଯେଉଁ ସବୁ ପୌରାଣିକ ସ୍ଥାନରେ ଅବସ୍ଥାପନ କରିଥିଲେ, ସେହି ସବୁ ସ୍ଥାନରୁ ପାଣି ସଂଗ୍ରହ କରାଯାଉଛି । ତେବେ ଓଡ଼ିଶାର ଏକମାତ୍ର ପୌରାଣିକ ସ୍ଥଳୀ ଭାବେ ସୀତାକୁଣ୍ଡରୁ ପାଣି ନିଆଯାଇଛି  । ବଣ୍ଡାଘାଟିର ଦୁର୍ଗମ ଅଞ୍ଚଳରେ ଥିବା ସୀତାକୁଣ୍ଡକୁ ଯିବାକୁ ସାଧାରଣତଃ ଲୋକ ଭୟ କରିଥାନ୍ତି, ମାତ୍ର ରାଜ୍ୟପାଳ ଅଙ୍କାବଙ୍କା ପଥୁରିଆ ରାସ୍ତାରେ ଚାଲିଚାଲି ଯାଇ ଏହି ପବିତ୍ର ସ୍ଥାନରେ ପହଞ୍ଚିଥିଲେ ।

[caption id="attachment_722197" align="aligncenter" width="650"]governer ବଣ୍ଡା ଯୁବତୀ ରାଜ୍ୟପାଳଙ୍କୁ ପାଛୋଟି ନେଉଛନ୍ତି।[/caption]

Advertisment

ଆଦିବାସୀଙ୍କ ଉନ୍ନତି ପାଇଁ ସବୁବେଳେ ଚିନ୍ତିତ ରହୁଛି। ଆଦିବାସୀମାନେ ଯେକୌଣସି ମୁହୁର୍ତ୍ତରେ ରାଜଭବନ ଆସିପାରନ୍ତି। ସେମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଉନ୍ନତି ପାଇଁ ଚେଷ୍ଟା କରିବି। ସୀତା ମାତା ରାଣୀ ଥିଲେ। ତେଣୁ ବଣ୍ଡା ଜାତି ଯୁବତୀବି ଉନ୍ନତିର ଚରମ ସୋପାନରେ ପହଞ୍ଚିବା ମୋର ଲକ୍ଷ୍ୟ ବୋଲି କହିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ।

ରାଜ୍ୟପାଳଙ୍କ ସହ କଥା ହୋଇ ବହୁତ ଖୁସି ହେଲୁ। ଆମେ ଆମ ସମସ୍ୟା ସମ୍ପର୍କରେ ତାଙ୍କୁ ଅବଗତ କଲୁ ଓ ଏହାର ସମାଧାନ ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି।

Ayodhya Ram Mandir