/odisha-reporter/media/post_attachments/uploads/2021/02/Untitled-1-Recovered.jpg)
malkangiri
ମାଲକାନଗିରି (ଜିତେନ୍ଦ୍ର ବେଉରା): ଯବାନଙ୍କୁ ମିଳିଛି ବଡ଼ ସଫଳତା। BSF ଜବାନଙ୍କ ଅପରେସନ୍ ବେଳେ ଧରାପଡ଼ିଲା ମାଓବାଦୀଙ୍କ ବଡ଼ ଧରଣର ବିସ୍ଫୋରକ ଡମ୍ପିଙ୍ଗ୍ ୟାଡ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ପିପଲପଦର ଜଙ୍ଗଲରୁ ଏହି ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛନ୍ତି BSF ଯବାନ।
Advertisment
ମାଓବାଦୀ ଜଙ୍ଗଲ ମଧ୍ୟରେ ଏକ ବିରାଟ ଗାତ କରି ଏକ ଡ୍ରମରେ ବିସ୍ଫୋରକ ସାମଗ୍ରୀକୁ ଲୁଚାଇ ରଖିଥିଲେ। ପୁଲିସକୁ ଏକ ବଡ଼ ଧରଣର କ୍ଷତି ପହଞ୍ଚାଇବା ପାଇଁ ଯୋଜନା କରିଥିଲେ। ଘଟଣା ସ୍ଥଳରୁ ଜିଲଟିନ, ଡିଟୋନେଟର, କାଡେକ୍ସ ୱାୟର, ମାଓ ୟୁନିଫର୍ମ, ମାଓ ପୁସ୍ତିକା ଆଦି ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।
ତେବେ ଏତେ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଦେଖିଲେ ସୁରକ୍ଷା ଯବାନଙ୍କୁ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିଲେ ମାଓବାଦୀ। ଆନ୍ଧ୍ର ଓଡ଼ିଶା ବୋର୍ଡର ମାଓ ସଙ୍ଗଠନ (AOB) ଏହାକୁ ଲୁଚାଇଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
