/odisha-reporter/media/post_attachments/uploads/2021/03/hjlo.jpg)
hjlo
ମାଲକାନଗିରି(ଓଡ଼ିଶା ରିପୋର୍ଟର) ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱେଡ଼ା ଜିଲ୍ଲା ପାଖୁଲନାଡ଼ ଜଙ୍ଗଲରେ ମାଓବାଦୀଙ୍କ ପ୍ରେସର ମାଇନ ବ୍ଲାଷ୍ଟ ହେବାରୁ ଜଣେ BSF ଯବାନ ସହିଦ ହୋଇଛନ୍ତି। ଆଜି ସକାଳେ ନିକଟରେ ପୋଲ କାର୍ଯ୍ୟ ଚାଲୁ ଥିବାରୁ ୨୨ ବ୍ୟାଟେଲିଆନ BSF ଯବାନ ମାନେ ଅପରେସନରେ ଯାଇଥିଲେ। ଯବାନ ମାନେ ଜଙ୍ଗଲରେ ଚାଲୁଥିବା ବେଳେ ଜଣେ ଯବାନଙ୍କର ପ୍ରେସର ମାଈନ ଉପରେ ଗୋଡ ପଡି ଯାଇଥିଲା। ଫଳରେ ପ୍ରେସର ମାଇନ ବ୍ଲାଷ୍ଟ ହୋଇଥିଲା। ଏଥିରେ ଯବାନ ଜଣଙ୍କ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ଯବାନଙ୍କୁ ତୁରନ୍ତ ନିକଟସ୍ଥ ଚିକିତ୍ସାଲୟ ଆଣିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ସହିଦ ଯବାନ ହେଲେ ମଧ୍ୟପ୍ରଦେଶର ଲକ୍ଷ୍ମୀ କାନ୍ତ ଦିବେଦୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
