Advertisment

ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ବସିଲା କଙ୍ଗାରୁ କୋର୍ଟ, ଆସିଲା ଏପରି ନିଷ୍ପତ୍ତି...

ମାଲକାନଗିରି(ଜିତେନ୍ଦ୍ର ବେଉରା): ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ବସିଲା କଙ୍ଗାରୁ କୋର୍ଟ। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ପ୍ରକୃତ ଅଭିଯୁକ୍ତକୁ ବି ଚିହ୍ନଟ କରାଯାଇନି। କିନ୍ତୁ କଙ୍ଗାରୁ କୋର୍ଟରେ ଗାଁର ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ଅଢେଇ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ହେଲେ ଅଭିଯୁକ୍ତଜଣକ ସବୁ ଟଙ୍କା ଦେବାକୁ ଅସାମର୍ଥ୍ୟ ପ୍ରକାଶ କରିବାରୁ ତାଙ୍କୁ ଜୀବନରୁ ମାରି ଦେବାକୁ ବି ଧମକ ଦିଆଯାଇଛି। ଏପରି ଲଜ୍ଜାଜନକ ଘଟଣା […]

ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ବସିଲା କଙ୍ଗାରୁ କୋର୍ଟ, ଆସିଲା ଏପରି ନିଷ୍ପତ୍ତି...

praja court

Advertisment

ମାଲକାନଗିରି(ଜିତେନ୍ଦ୍ର ବେଉରା): ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ବସିଲା କଙ୍ଗାରୁ କୋର୍ଟ। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ପ୍ରକୃତ ଅଭିଯୁକ୍ତକୁ ବି ଚିହ୍ନଟ କରାଯାଇନି। କିନ୍ତୁ କଙ୍ଗାରୁ କୋର୍ଟରେ ଗାଁର ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ଅଢେଇ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ହେଲେ ଅଭିଯୁକ୍ତଜଣକ ସବୁ ଟଙ୍କା ଦେବାକୁ ଅସାମର୍ଥ୍ୟ ପ୍ରକାଶ କରିବାରୁ ତାଙ୍କୁ ଜୀବନରୁ ମାରି ଦେବାକୁ ବି ଧମକ ଦିଆଯାଇଛି। ଏପରି ଲଜ୍ଜାଜନକ ଘଟଣା ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ଘଟିଛି।

Advertisment

ଅଭିଯୋଗ ଅନୁଯାୟୀ, କାଲିମେଳା ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ପରେ ଗର୍ଭବତୀ ହୋଇ ଏକ ଶିଶୁ ପ୍ରସବ ମଧ୍ୟ କରିଛନ୍ତି। ଏହା ପ୍ରାୟ ମାସେ ତଳର ଘଟଣା ହୋଇଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ । ଦୁଷ୍କର୍ମର ଶିକାର ଯୁବତୀଙ୍କ ନବଜାତ ଶିଶୁପୁତ୍ରକୁ ଗ୍ରହଣ କରିବା ସହ ଅଢେଇ ଲକ୍ଷ ଟଙ୍କାର ଜରିମାନା ଦେବାକୁ କଙ୍ଗାରୁ କୋର୍ଟରେ ନିର୍ଦ୍ଦେଶ ଦିଆଯାଇଥିଲା। ଅଭିଯୁକ୍ତଜଣଙ୍କ ଏତେ ଟଙ୍କା ଦେବାକୁ ଅସାମର୍ଥ୍ୟ ପ୍ରକାଶ କରିବା ସହ ୫୦ ହଜାର ଟଙ୍କା ଦେଇଥିବା ସୂଚନା ମିଳିଛି ।  ସମସ୍ତ  ଟଙ୍କା ନ ଦେଲେ ହତ୍ୟା ଧମକ ଦିଆଯାଇଥିବା ବେଳେ ମୁଁ ନିର୍ଦ୍ଦୋଶ, ଦରକାର ହେଲେ ଡିଏନଏ ଟେଷ୍ଟ କରାଯାଉ ବୋଲି କହିଛନ୍ତି ଅଭିଯୁକ୍ତଜଣକ।

ଏନେଇ ପୁଲିସ୍‌  ନିକଟରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି  ।  କାଲିମେଳା ସିଡିପିଓ ନିଜେ ଗାଁକୁ ଯାଇ ଦିବ୍ୟାଙ୍ଗ ପିଡୀତାଙ୍କୁ ଭେଟିଛନ୍ତି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସିଡିପିଓ  ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe