Advertisment

ଡଙ୍ଗାର ମାନ ନେଇ ବିଧାୟକଙ୍କ ସମ୍ମୁଖରେ ଅସନ୍ତୋଷ ଜାହିର କଲେ ମତ୍ସ୍ୟଜୀବୀ

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱଭିମାନଞ୍ଚଳ ଅନ୍ତର୍ଗତ ବଡ଼ପଡା ଠାରେ ମାଲକାନଗିରି ଜିଲ୍ଲା ମସ୍ଥ୍ୟ ବିଭାଗ ପକ୍ଷରୁ ମାଛଧରା ଡଙ୍ଗା ବଣ୍ଟନ କରାଯାଇଛି। ପ୍ରଥମ ପ୍ରର୍ଯ୍ୟାୟରେ ୬୦ ଜଣ ହିତାଧିକାରୀଙ୍କୁ ମାଛଧରା ଡଙ୍ଗା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଯୋଗଦେଇ ହିତାଧିକାରୀ ମାନଙ୍କୁ ଡଙ୍ଗା ବଣ୍ଟନ କରିଥିଲେ। କିନ୍ତୁ ହିତାଧିକାରୀ ଅତି ନିମ୍ନମାନର ଡଙ୍ଗା ପ୍ରଦାନ କରାଯାଇଥିବା ନେଇ ଅସନ୍ତୋଷ ଜାହିର କରିଥିଲେ। ସେମାନେ […]

ଅଦ୍ୟତନ ହୋଇଛି
ଡଙ୍ଗାର ମାନ ନେଇ ବିଧାୟକଙ୍କ ସମ୍ମୁଖରେ ଅସନ୍ତୋଷ ଜାହିର କଲେ ମତ୍ସ୍ୟଜୀବୀ

boat

Advertisment

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱଭିମାନଞ୍ଚଳ ଅନ୍ତର୍ଗତ ବଡ଼ପଡା ଠାରେ ମାଲକାନଗିରି ଜିଲ୍ଲା ମସ୍ଥ୍ୟ ବିଭାଗ ପକ୍ଷରୁ ମାଛଧରା ଡଙ୍ଗା ବଣ୍ଟନ କରାଯାଇଛି। ପ୍ରଥମ ପ୍ରର୍ଯ୍ୟାୟରେ ୬୦ ଜଣ ହିତାଧିକାରୀଙ୍କୁ ମାଛଧରା ଡଙ୍ଗା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଯୋଗଦେଇ ହିତାଧିକାରୀ ମାନଙ୍କୁ ଡଙ୍ଗା ବଣ୍ଟନ କରିଥିଲେ। କିନ୍ତୁ ହିତାଧିକାରୀ ଅତି ନିମ୍ନମାନର ଡଙ୍ଗା ପ୍ରଦାନ କରାଯାଇଥିବା ନେଇ ଅସନ୍ତୋଷ ଜାହିର କରିଥିଲେ।

Advertisment

ସେମାନେ ଏହି ଡଙ୍ଗା ଗୁଡିକ ନେବାକୁ ମନା କରିଦେଇଛନ୍ତି। ଯେଉଁକାରଣରୁ ହିତାଧିକାରୀ ଅସନ୍ତୋଷ ହୋଇ ଚିତ୍ରକୋଣ୍ଡା ବିଧାୟକଙ୍କୁ ଘେରି ଯାଇଥିଲେ। ଡଙ୍ଗା ନିର୍ମାଣରେ ଲାଗିଥିବା କାଠ ଅତି ହାଲୁକା ରହିଥିବା ବେଳେ ପଟାଗୁଡିକ ମଧ୍ୟ ନିମ୍ନମାନର ବୋଲି ହିତାଧିକାରୀ କହିଛନ୍ତି। ଏପରିକି ଡଙ୍ଗା ଗୁଡ଼ିକରେ ଫଟା ପଟା ବ୍ୟବହାର ହେଉଛି। ନଦୀରେ ଡଙ୍ଗା ଚାଲିଲା ବେଳେ ସେଥିରେ ପାଣି ପଶିଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାଛଡ଼ା ସରକାର ଡଙ୍ଗା ପାଇଁ ଯେଉଁ ଟଙ୍କା ଦେଉଛନ୍ତି, ତାହା ବାଟମାରଣା ହେଉଥିବା ଅଭିଯୋଗ ହୋଇଛି। ଏହି ଡଙ୍ଗା ନେଇ ଜୀବିକା ନିର୍ବାହ ବଦଳରେ ଜୀବନ ହାରି ହେବ ବୋଲି କହିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ।

ଜିଲ୍ଲା ମତ୍ସ୍ୟ ଅଧିକାରୀ ନରସିଂହ ମୁଣ୍ଡା କହିଛନ୍ତି, OCAPC ଡେଭଲପମେଣ୍ଟ କର୍ପୋରେସନର ଗାଇଡଲାଇନ ଅନୁସାରେ ଡଙ୍ଗା ବଣ୍ଟନ କରାଯାଇଛି। ଗୋଟିଏ ଡଙ୍ଗାର ଅଟକଳ ମୂଲ୍ୟ ୨୪ ହଜାର ଟଙ୍କା। ଆଉ ସେହି ଟଙ୍କା ହିସାବରେ ଡଙ୍ଗାଗୁଡ଼ିକ ଠିକ୍ ଭାବେ ତିଆରି ହୋଇଛି। ତେଣୁ ଡଙ୍ଗାରେ କୌଣସି ଡିଫେକ୍ଟ ନାହିଁ ବୋଲି ସେ କହିଛନ୍ତି।

Advertisment

ଅନ୍ୟପକ୍ଷରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା କହିଛନ୍ତି, ମତ୍ସ୍ୟଜୀବୀମାନଙ୍କୁ ଯେଉଁ ଡଙ୍ଗା ଦିଆଯାଇଛି, ଯଦି ସେଥିରେ କୌଣସି ଡିଫେକ୍ଟ ବାହାରେ, ତାହେଲେ ଏହାର ମରାମତି କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe