Advertisment

ମହଙ୍ଗା ପଡ଼ିଲା ଥାର୍ଡ ଡିଗ୍ରୀ! ଜିଲ୍ଲା ମୁଖ୍ୟାଳୟକୁ ଗଲେ ଥାନା ଅଧିକାରୀ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ମୋଟୁ ଥାନାରେ ୨ ଚୋରି ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ମାମଲାରେ ମୋଟୁ ଥାନା ଅଧିକାରୀ ସୋମନାଥ ଦଳବେହେରାଙ୍କର ବଦଳି ହୋଇଛି। ସୋମନାଥଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଚୋରି ଅଭିଯୋଗରେ ୨ ଜଣଙ୍କୁ ଉଠାଇ ଆଣି ୩ ଦିନ ଧରି ଥାନାରେ ପ୍ରବଳ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା। ମାଡ଼ ଖାଇଥିବା ଦୁଇ ପୀଡ଼ିତ ଯୁବକ ହେଲେ ବିନୋଦ ବିଶ୍ୱାସ ଓ ବିପ୍ଳବ ହାଲଦାର। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ […]

author-image
Ranjit Kumar Jena
ମହଙ୍ଗା ପଡ଼ିଲା ଥାର୍ଡ ଡିଗ୍ରୀ! ଜିଲ୍ଲା ମୁଖ୍ୟାଳୟକୁ ଗଲେ ଥାନା ଅଧିକାରୀ

motu

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ମୋଟୁ ଥାନାରେ ୨ ଚୋରି ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ମାମଲାରେ ମୋଟୁ ଥାନା ଅଧିକାରୀ ସୋମନାଥ ଦଳବେହେରାଙ୍କର ବଦଳି ହୋଇଛି। ସୋମନାଥଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଚୋରି ଅଭିଯୋଗରେ ୨ ଜଣଙ୍କୁ ଉଠାଇ ଆଣି ୩ ଦିନ ଧରି ଥାନାରେ ପ୍ରବଳ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା। ମାଡ଼ ଖାଇଥିବା ଦୁଇ ପୀଡ଼ିତ ଯୁବକ ହେଲେ ବିନୋଦ ବିଶ୍ୱାସ ଓ ବିପ୍ଳବ ହାଲଦାର। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Advertisment

ଅଭିଯୋଗ ଅନୁଯାୟୀ, ଗତ କିଛିଦିନ ତଳେ MV-89 ଗାଁର ଜଣଙ୍କ ଘରୁ ସୁନା ଗହଣା ଏବଂ ନଗଦ ଟଙ୍କା ଚୋରୀ ଘଟଣାକୁ ନେଇ ଗାଁରେ ଦୁଇ ଯୁବକଙ୍କୁ ସନ୍ଦେହ କରାଯାଇଥିଲା। ଯାହା ପରେ ଗାଁରେ ଗଠନ ହୋଇଥିବା ଖାପ ପଞ୍ଚାୟତରେ ଦୁଇ ଯୁବକଙ୍କୁ ପ୍ରବଳ ମାରପିଟ୍ କରାଯାଇଥିଲା। ଗାଁର ନିଷ୍ପତ୍ତି ଅନୁସାରେ ଦୁଇ ଯୁବକଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଯାହା ପରେ ପୁଲିସ ଏମାନଙ୍କୁ ଉଠାଇ ନେଇଥିଲା।

ତେବେ ପୋଲିସ କଷ୍ଟଡିରେ ତିନି ଦିନ କାଳ ଏହି ଦୁଇ ଯୁବକଙ୍କୁ ନିର୍ଧୁମ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସେପଟେ ପୁଲିସ୍ କିନ୍ତୁ ଅଭିଯୋଗକୁ ଅସ୍ୱୀକାର କରିଛି। ମାଲକାନିଗିରି ଏସ୍‌ପି କହିଛନ୍ତି ପୁଲିସ୍ ହେପାଜତରେ ଯୁବକଙ୍କୁ ମାଡ଼ ମରାଯାଇ ନାହିଁ। ଗାଁ ଲୋକେ ଉଭୟଙ୍କୁ ମାଡ଼ ମାରି ପୁଲିସ୍ ଜିମା ଦେଇଥିଲେ। ଏନେଇ ତଦନ୍ତ ଚାଲିଥିବା ଏସ୍‌ପି କହିଛନ୍ତି।

Advertisment