/odisha-reporter/media/post_attachments/uploads/2021/05/malkangiri-12344.jpg)
malkangiri-12344
ମାଲକାନଗିରି (ଓଡ଼ିଶା ରିପୋର୍ଟର) ମାଲକାନଗିରିଚିତ୍ରକୋଣ୍ଡାରେ ଅଭାବନୀୟ ଘଟଣା ଘଟିଛି । ଡଙ୍ଗା ବୁଡ଼ିଯିବାରୁ ୭ ଜଣ ନିଖୋଜ ହୋଇଛନ୍ତି। ଜଣେ ମୃତ୍ୟୁବରଣ କରିଛନ୍ତି। ସେଲେରୁ ନଦୀରେ ପାରି ହେଉଥିଲା ବେଳେ ବୁଡ଼ିଯାଇଛି ଡଙ୍ଗା । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଅଘଟଣ ଘଟିଛି ।
Advertisment
ଡଙ୍ଗା ବୁଡ଼ିବା ପରେ ପହଁରି କୂଳକୁ ଆସିଛନ୍ତି ୩ ଜଣ ବ୍ୟକ୍ତି। ଦୁଇଟି ଡଙ୍ଗାରେ ମୋଟ ୧୧ ଜଣ ଘରକୁ ଫେରୁଥିଲେ। ଗୋଟିଏ ଡଙ୍ଗା ବୁଡ଼ିବାରୁ ସମସ୍ତେ ଅନ୍ୟ ଡଙ୍ଗାକୁ ଆସିଥିଲେ। ଫଳରେ ଅଧିକ ଲୋକ ପାଇଁ ଅନ୍ୟ ଡଙ୍ଗାଟି ବୁଡ଼ି ଯାଇଥିଲା। ଓଡ୍ରାଫ୍, ଅଗ୍ନିଶମ ଟିମ୍ର ରେସକ୍ୟୁ ଅପରେସନ୍ ଜାରି ରହିଛି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
