Advertisment

ଚାଉଳ ପାଇଁ ଚାଲି ଚାଲି ୧୮ କିଲୋମିଟର

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ରାସନ କାର୍ଡରେ ମିଳୁଥିବା ଚାଉଳ ଆଣିବା ପାଇଁ ଲୋକଙ୍କୁ ଚାଲିବାକୁ ପଡୁଛି ଦୀର୍ଘ ୧୮ କିଲୋମିଟର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୂଳିଫୁଟ ପଞ୍ଚାୟତରେ। ଦୀର୍ଘଦିନରୁ ବିଛିନ୍ନ ହୋଇ ରହିଥିବା ସ୍ୱାଭିମାନ ଅଞ୍ଚଳକୁ ଗମନା ଗମନ ନିମନ୍ତେ ବଡ଼ପଡା ଠାରେ ଗୁରୁପ୍ରିୟା ନଦୀ ଉପରେ ନିର୍ମାଣ ହେଲା ଗୁରୁପ୍ରିୟା ସେତୁ। ପ୍ରତ୍ୟେକ ପଞ୍ଚାୟତ ଓ ଗ୍ରାମକୁ ସଂଯୋଗ ନିମନ୍ତେ ନିର୍ମାଣ ହେଲା ରାସ୍ତା। ସ୍ଥାନୀୟ ଅଞ୍ଚଳର […]

ଚାଉଳ ପାଇଁ ଚାଲି ଚାଲି ୧୮ କିଲୋମିଟର

chitrakonda

Advertisment

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ରାସନ କାର୍ଡରେ ମିଳୁଥିବା ଚାଉଳ ଆଣିବା ପାଇଁ ଲୋକଙ୍କୁ ଚାଲିବାକୁ ପଡୁଛି ଦୀର୍ଘ ୧୮ କିଲୋମିଟର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୂଳିଫୁଟ ପଞ୍ଚାୟତରେ। ଦୀର୍ଘଦିନରୁ ବିଛିନ୍ନ ହୋଇ ରହିଥିବା ସ୍ୱାଭିମାନ ଅଞ୍ଚଳକୁ ଗମନା ଗମନ ନିମନ୍ତେ ବଡ଼ପଡା ଠାରେ ଗୁରୁପ୍ରିୟା ନଦୀ ଉପରେ ନିର୍ମାଣ ହେଲା ଗୁରୁପ୍ରିୟା ସେତୁ। ପ୍ରତ୍ୟେକ ପଞ୍ଚାୟତ ଓ ଗ୍ରାମକୁ ସଂଯୋଗ ନିମନ୍ତେ ନିର୍ମାଣ ହେଲା ରାସ୍ତା।

Advertisment

ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସୁବିଧା ନିମନ୍ତେ ରାସ୍ତାଘାଟ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା। କିନ୍ତୁ ଗାଁକୁ ରାସ୍ତା ଥାଇବି ଆଜି ବି ଲୋକଙ୍କୁ ରାସନ ଚାଉଳ ପାଇଁ ଚାଲିବାକୁ ପଡୁଛି ୧୮ କିଲୋମିଟର। ୧ ଟଙ୍କାର ଚାଉଳ ପାଇବା ପାଇଁ ଲୋକଙ୍କୁ କେଜି ପ୍ରତି ୨୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ୪ ହଜାରରୁ ଊର୍ଦ୍ଧ୍ୱ ଲୋକ ଧୂଳିଫୁଟ ପଞ୍ଚାୟତରେ ବାସ କରନ୍ତି।

ଧୂଳିଫୁଟ ପଞ୍ଚାୟତକୁ ରାସ୍ତା ନିର୍ମାଣ ହୋଇଥିଲେ ବି ଲୋକଙ୍କୁ ଆଜି ବି ରାସନ ନିମନ୍ତେ ଦୀର୍ଘ କିଲୋମିଟର ଚାଲିଚାଲି ବଡ଼ପଡାର ହାଟଗୁଡାକୁ ଆସିବାକୁ ପଡ଼ୁଛି। କିଏ ଘୋଡା ସାହାଯ୍ୟରେ ତ କିଏ ଚାଲି ଚାଲି ଆସି ରାସନ ଚାଉଳ ନେଇଥାନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଧୂଳିଫୁଟ ପଞ୍ଚାୟତ ବାସୀ। ଧୂଳିଫୁଟ ଠାରୁ ବଡ଼ପଡା ବହୁତ ଦୂର ହେଉଥିବାରୁ ଓ ୩୫ କେଜି ଚାଉଳ ପାଇଁ ୧୫୦ ଟଙ୍କା ଅଟୋ ଭଡ଼ା ଦେବାକୁ ପଡିଥାଏ।

Advertisment

ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ପଞ୍ଚାୟତର ହେଡକ୍ୱାର୍ଟରରେ ରାସନ ଚାଉଳ ମିଳିବା କଥା। କିନ୍ତୁ କେଉଁ କାରଣ ପାଇଁ ଧୂଳିଫୁଟ ପଞ୍ଚାୟତରେ ରାସନ ଚାଉଳ ନ ଦିଆ ଯାଇ ବଡ଼ପଡାର ହାଟଗୁଡା ଠାରେ ଦିଆଯାଉଛି, ତାହା ତଦନ୍ତ ସାପେକ୍ଷ। ତେବେ ଧୂଳିଫୁଟ ସେଲସମ୍ୟାନଙ୍କ କହିଛନ୍ତି ଯେ ବର୍ଷା ଯୋଗୁଁ ଧୂଳିଫୁଟ ପଞ୍ଚାୟତକୁ ଗାଡ଼ି ଯାଇ ପାରୁନାହିଁ। ଚାଉଳ ନେବା ପାଇଁ ଗାଡ଼ି ଭଡ଼ା ଅଧିକ ପଡ଼ୁଥିବାରୁ ସେଠାରେ ଦେବା ସମ୍ଭବ ହେଉନାହିଁ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe