7bn
ମାଲକାନଗିରି(ଓଡ଼ିଶା ରିପୋର୍ଟର)ମାଲକାନଗିରି ଜିଲ୍ଲାର ଖାଇରପୁଟ ସଦର ବ୍ଲକରେ ଆଜି ମାଣ୍ଡିଆ ମଣ୍ଡି ଥିଲା। ଆଜି ଏହି ମଣ୍ଡିରେ ବେଆଇନ ଭାବେ ୫୫୦ କ୍ୱିଣ୍ଟାଲ ମାଣ୍ଡିଆ ଗଛିତ ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ଜିଲ୍ଳାପାଳ ସୂଚନା ପାଇବା ପରେ ଖାଇରପୁଟ ତହସିଲଡାର ଏବଂ ବିଡ଼ିଓଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ବିଡ଼ିଓ ହୃଦାନନ୍ଦ ସାହୁ ଏବଂ ତହସିଲଦାର ରଂଚନ୍ଦ୍ର ନାୟକ ମାଣ୍ଡିଆ ମଣ୍ଡିରେ ପଂହଁଚି ମାଣ୍ଡିଆ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।
ମାଣ୍ଡିଆ ଟିଡିସିସି କ୍ରୟ କରୁଥିବା ବେଳେ ସମସ୍ତ ଅଧିକାରୀ ନିଜ ଫୋନକୁ ବନ୍ଦ କରିଦେଇ କେଉଁଆଡ଼େ ଚାଲିଯାଇଥିବା ଜଣାପଡିଛି। ବଣ୍ଡା ଲେମ୍ପସର ଏମଡି ଏନେଇ ତଦନ୍ତକାରୀ ଅଧିକାରୀଙ୍କୁ କିଛି ଜାଣିନଥିବା କହିଛନ୍ତି। ତେବେ ମାଣ୍ଡିଆ ମଣ୍ଡିରେ ବି ଦଲାଲଗିରି ଚାଲିଥିବା ନେଇ ସ୍ପଷ୍ଟ ହୋଇଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/7bn-2.jpg)