Advertisment

ଜୁମାଡ଼ ଗାଁ ବାସିନ୍ଦା: ‘ଘର ସିନା ଓଡ଼ିଶାରେ, କିନ୍ତୁ ସବୁ ସୁବିଧା ଯୋଗାଉଛି ଆନ୍ଧ୍ର’

ମାଲକାନଗିରି(ଜିତେନ୍ଦ୍ର ବେଉରା): କୋରାପୁଟ, ଗଜପତିରେ ଆନ୍ଧ୍ର ସହ ଓଡ଼ିଶାର ଲାଗି ରହିଛି ସୀମା ବିବାଦ । ପଡ଼ୋଶୀ ରାଜ୍ୟ ଅନୁପ୍ରବେଶ କରୁଥିବା ଅଭିଯୋଗ ନେଇ ଓଡ଼ିଶା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି । ହେଲେ ମାଲକାନଗିରିରେ ଚିତ୍ର କିନ୍ତୁ ଭିନ୍ନ । ଚିତ୍ରକୋଣ୍ଡା ବ୍ଲକର ଏକାଧିକ ଗାଁ ଲୋକେ ଏବେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ଘର ସିନା ଓଡ଼ିଶାରେ ରହିଛି  କିନ୍ତୁ ସୁବିଧା ସୁଯୋଗ ସବୁ ଆନ୍ଧ୍ର ପାଖରୁ ମିଳୁଛି […]

ଜୁମାଡ଼ ଗାଁ ବାସିନ୍ଦା: ‘ଘର ସିନା ଓଡ଼ିଶାରେ, କିନ୍ତୁ ସବୁ ସୁବିଧା ଯୋଗାଉଛି ଆନ୍ଧ୍ର’

vota

Advertisment

ମାଲକାନଗିରି(ଜିତେନ୍ଦ୍ର ବେଉରା): କୋରାପୁଟ, ଗଜପତିରେ ଆନ୍ଧ୍ର ସହ ଓଡ଼ିଶାର ଲାଗି ରହିଛି ସୀମା ବିବାଦ । ପଡ଼ୋଶୀ ରାଜ୍ୟ ଅନୁପ୍ରବେଶ କରୁଥିବା ଅଭିଯୋଗ ନେଇ ଓଡ଼ିଶା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି । ହେଲେ ମାଲକାନଗିରିରେ ଚିତ୍ର କିନ୍ତୁ ଭିନ୍ନ ।

Advertisment

ଚିତ୍ରକୋଣ୍ଡା ବ୍ଲକର ଏକାଧିକ ଗାଁ ଲୋକେ ଏବେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ଘର ସିନା ଓଡ଼ିଶାରେ ରହିଛି  କିନ୍ତୁ ସୁବିଧା ସୁଯୋଗ ସବୁ ଆନ୍ଧ୍ର ପାଖରୁ ମିଳୁଛି ବୋଲି କହୁଛନ୍ତି ଏଠାକାର ବାସିନ୍ଦା । ରାସନ୍, ପାଣି, ଭତ୍ତା ଏପରିକି କରୋନା ସମୟରେ ସହାୟତା । ସବୁ କିଛି ଆନ୍ଧ୍ର ପାଖରୁ ମିଳୁଥିବାରୁ ଆନ୍ଧ୍ର ନିର୍ବାଚନରେ ଭାଗ ନେବାକୁ ନିଷ୍ପତ୍ତି ନେଇଛନ୍ତି ଜୁମଡାଙ୍ଗ ଗାଁ ବାସିନ୍ଦା ।

ଚାଷ କାର୍ଯ୍ୟଠୁ ଆରମ୍ଭ କରି ବଜାର ଯାଏ ସମସ୍ତ କାର୍ଯ୍ୟ ପାଇଁ ଆନ୍ଧ୍ରପ୍ରଦେଶ ଓ ପଡ଼ୋଶୀ ସରକାର ଉପରେ ନିର୍ଭର ହେଉଥିବାରୁ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଥିବା ଖୁଲମଖୁଲା କହିଛନ୍ତି ଗ୍ରାମବାସୀ।  ଏନେଇ ଆନ୍ଧ୍ର ସରକାରଙ୍କ ପାଖରୁ ଆଧାର କାର୍ଡ, ଭୋଟର୍ କାର୍ଡ ଭଳି ପରିଚୟ ପତ୍ର ବି ପ୍ରଦାନ ହୋଇଛି।

Advertisment

ଏନେଇ ଜୁମଡାଙ୍ଗ ଗାଁ ବାସିନ୍ଦା କହିଛନ୍ତି, ଆନ୍ଧ୍ର ଆମକୁ ସବୁ ଦେଉଛି। କରେଣ୍ଟ, ପିଇବା ପାଣି, ଚାଉଳ, ପେନସନ୍‌, ସ୍କୁଲରେ ପଢ଼ାଇବାକୁ ଶିକ୍ଷକ ଆସୁଛନ୍ତି। ଆମକୁ ଆନ୍ଧ୍ର ବହୁତ ସୁବିଧା ଦେଉଛି। ତେଣୁ ଆମେ ତାକୁ ହିଁ ଭୋଟ ଦେବୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe