Advertisment

ପୁଲିସ ବାବୁ ସାଜିଥିଲେ ଗଞ୍ଜେଇ ମାଫିଆ, ଖାକି ଆଳରେ ଚଳାଇଥିଲେ ଗ୍ୟାଙ୍ଗ

ମାଲକାନଗିରି(ଜିତେନ୍ଦ୍ର ବେଉରା): ପୁଲିସ୍‌ ବାବୁ କରୁଥିଲେ ଗଞ୍ଜେଇ ବେପାର । ଖାକି ପୋଷାକ ପିନ୍ଧି ସାଜିଥିଲେ ଗଞ୍ଜେଇ ମାଫିଆ। ନିଜେ ଗଢ଼ିଥିଲେ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ବିଭିନ୍ନ ଜାଗାରୁ ଗଞ୍ଜେଇ ସଂଗ୍ରହ କରି ରାଜ୍ୟ ବାହାରକୁ ପଠାଉଥିଲା। ଏହା ମାଷ୍ଟର ମାଇଣ୍ଡ ଥିଲେ ଖୋଦ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲୀ ଆଉଟପୋଷ୍ଟର ଏଏସଆଇ ଜୟଦାଶ ଖରା ।  ଦୀର୍ଘ ଦିନ ତାଙ୍କ ଉପରେ ନଜର ରଖିବା ପରେ ଶେଷରେ ଏଏସଆଇ […]

author-image
Niharika Rout
ଅଦ୍ୟତନ ହୋଇଛି
ପୁଲିସ ବାବୁ ସାଜିଥିଲେ ଗଞ୍ଜେଇ ମାଫିଆ, ଖାକି ଆଳରେ ଚଳାଇଥିଲେ ଗ୍ୟାଙ୍ଗ

police

ମାଲକାନଗିରି(ଜିତେନ୍ଦ୍ର ବେଉରା): ପୁଲିସ୍‌ ବାବୁ କରୁଥିଲେ ଗଞ୍ଜେଇ ବେପାର । ଖାକି ପୋଷାକ ପିନ୍ଧି ସାଜିଥିଲେ ଗଞ୍ଜେଇ ମାଫିଆ। ନିଜେ ଗଢ଼ିଥିଲେ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ବିଭିନ୍ନ ଜାଗାରୁ ଗଞ୍ଜେଇ ସଂଗ୍ରହ କରି ରାଜ୍ୟ ବାହାରକୁ ପଠାଉଥିଲା। ଏହା ମାଷ୍ଟର ମାଇଣ୍ଡ ଥିଲେ ଖୋଦ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲୀ ଆଉଟପୋଷ୍ଟର ଏଏସଆଇ ଜୟଦାଶ ଖରା ।  ଦୀର୍ଘ ଦିନ ତାଙ୍କ ଉପରେ ନଜର ରଖିବା ପରେ ଶେଷରେ ଏଏସଆଇ ଖରାଙ୍କୁ ବାନ୍ଧିଛି ପୁଲିସ୍‌। ଗିରଫ ହେବା ପରେ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିବା ଜଣାଯାଇଛି।  ତାଙ୍କ ବ୍ୟତୀତ ଆଉ ୩ ଜଣଙ୍କ ପୁଲିସ୍‌ ବାନ୍ଧିଥିବା ବେଳେ ୪୨୦ କେଜି ଗଞ୍ଜେଇ ବି ଜବତ କରିଛି।

Advertisment

ଜଣେ ପୁଲିସ ଅଧିକାରୀ କିଛି ଗଂଜେଇ ମାଫିଆଙ୍କ ସହ ମିଶି ଗଂଜେଇ ବେପାରରେ ମାତିଥିବା ଖବର ପାଇଥିଲା ମାଲକାନଗିରି ଜିଲ୍ଲା ପୁଲିସ । ଏହାପରେ ୨ ଏସ୍‌ଡିପିଓ ଶୁଭେନ୍ଦୁ ପାତ୍ର ଏବଂ ଅଂଶୁମାନ ଦ୍ୱିବେଦୀଙ୍କ ନେତୃତ୍ୱରେ ଏହି ଗଂଜେଇ ମାଫିଆମାନଙ୍କୁ ଧରିବା ନେଇ ଲାଗି ଏକ ସ୍କ୍ୱାର୍ଡ ଗଠନ କରାଯାଇ ତାଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଥିଲା।

ଏଏସଆଇ ଖରାଙ୍କ ତିନି ସହଯୋଗୀ  ମାଲକାନଗିରି ଜିଲ୍ଲାର ଗୋଟିଏ ସ୍ଥାନରେ ଗଂଜେଇ ଲୁଚାଇ ରଖିଥିବା ଖବର ପାଇଥିଲା ପୁଲିସ୍‌। ଏଏସ୍‌ଆଇଜଣକ  ଏହାକୁ ଛତିଶଗଡ ରାସ୍ତା ଦେଇ  ଚାଲାଣ କରିବା ପାଇଁ ଗାଡି ଖୋଜୁଥିବା ଜଣାପଡ଼ିଥିଲା। ଏଏସ୍‌ଆଇ ଖରା ଓ ତାଙ୍କ ଗ୍ୟାଙ୍ଗକୁ ଧରିବାକୁ ପୁଲିସ୍‌ ଜାଲ ବିଛାଇଥିବା ବେଳେ ଶେଷରେ ଜାଲରେ ଧରାପଡ଼ିଥିଲେ ଏଏସ୍‌ଆଇଙ୍କ ସମେତ ୪ ଜଣ। ଧରାପଡ଼ିବା  ସବୁ ସତ ପୁଲିସ୍‌ ଆଗରେ ଉଗାରିଥିଲେ ଖରା।

Advertisment

  ତାଙ୍କ ସୂଚନା ଆଧାରରେ ପୁଲିସ୍‌ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ୪୨୦ କେଜି ଗଞ୍ଜେଇ ସହ ୧୦ ହଜାର ଟଙ୍କା ନଗଦ, ଗୋଟିଏ ଲ୍ୟାପଟପ, ଗୋଟିଏ କାର୍‌ , ଦୁଇଟି ମଟର ସାଇକେଲ ଏବଂ ମୋବାଇଲ ଜବତ କରିଛି।

ତେବେ ଏହି ଗ୍ୟାଙ୍ଗ କେବେଠୁ କାର୍ଯ୍ୟକାରୀ ହୋଇଥିଲା।, ଏଥିରୁ ଆୟ କେତେ ହେଉଥିଲା, ଏଥିରେ ଆଉ କିଏ ସମ୍ପୃକ୍ତ ଥିଲେ ତାହାର ଖୋଳତାଡ଼ କରୁଛି ପୁଲିସ୍।