Advertisment

ବିରିୟାନୀ ବିକୁଛନ୍ତି ଇଞ୍ଜିନିଅର ବନ୍ଧୁ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଦୁଇ ବନ୍ଧୁ। ପେସାରେ ଇଞ୍ଜିନିଅର। ଜଣେ ସିଭିଲ୍ ଓ ଆଉ ଜଣେ ମେକାନିକାଲ୍ ଇଞ୍ଜିନିଅର। ପାଠ ପଢ଼ା ସରିବା ପରେ ଦୁହେଁ ବଡ଼ ଆଇଟି କମ୍ପାନୀରେ ଚାକିରି କରିବାକୁ ଆଶା ବାନ୍ଧିଲେ। କିନ୍ତୁ କରୋନା ମହାମାରୀ ଜଣଙ୍କ ଖାଇଦେଲା ତ ଆଉଜଣଙ୍କ ଚାକିରି ରଖିଲା। ଯେଉଁ କାରଣରୁ ଏହି ଦୁଇ ବନ୍ଧୁ ଏବେ ରାସ୍ତା କଡ଼ରେ ବିରିୟାନୀ ବିକ୍ରି କରି ଆପଣାଇଛନ୍ତି ରୋଜଗାରର ନୂଆ ପନ୍ଥା। ଆମେ କହୁଛୁ ଦୁଇ ଇଂଜିନିଅର ବନ୍ଧୁ […]

ଅଦ୍ୟତନ ହୋଇଛି
ବିରିୟାନୀ ବିକୁଛନ୍ତି ଇଞ୍ଜିନିଅର ବନ୍ଧୁ

engineers-thela

Advertisment

ମାଲକାନଗିରି (ଜିତେନ୍ଦ୍ର ବେଉରା): ଦୁଇ ବନ୍ଧୁ। ପେସାରେ ଇଞ୍ଜିନିଅର। ଜଣେ ସିଭିଲ୍ ଓ ଆଉ ଜଣେ ମେକାନିକାଲ୍ ଇଞ୍ଜିନିଅର। ପାଠ ପଢ଼ା ସରିବା ପରେ ଦୁହେଁ ବଡ଼ ଆଇଟି କମ୍ପାନୀରେ ଚାକିରି କରିବାକୁ ଆଶା ବାନ୍ଧିଲେ। କିନ୍ତୁ କରୋନା ମହାମାରୀ ଜଣଙ୍କ ଖାଇଦେଲା ତ ଆଉଜଣଙ୍କ ଚାକିରି ରଖିଲା। ଯେଉଁ କାରଣରୁ ଏହି ଦୁଇ ବନ୍ଧୁ ଏବେ ରାସ୍ତା କଡ଼ରେ ବିରିୟାନୀ ବିକ୍ରି କରି ଆପଣାଇଛନ୍ତି ରୋଜଗାରର ନୂଆ ପନ୍ଥା। ଆମେ କହୁଛୁ ଦୁଇ ଇଂଜିନିଅର ବନ୍ଧୁ ପ୍ରିୟମ ବେବର୍ତ୍ତା ଓ ସୁମିତ ସାମଲଙ୍କ କଥା।

Advertisment

ସୁମିତ ସିଭିଲରେ ବିଟେକ୍ କରିଥିବା ବେଳେ ପ୍ରିୟମ ମେକାନିକାଲରେ ବିଟେକ କରିଛନ୍ତି। ରୋଜଗାରକୁ ଅଧିକ ବଢ଼ାଇବା ପାଇଁ ଦୁହେଁ ଏକ ବିରିୟାନୀ ଷ୍ଟଲ୍ ପକାଇବାକୁ ନିଷ୍ପତ୍ତି ନେଲେ। ସେମାନେ ସ୍ୱଳ୍ପ ଟଙ୍କାରେ ଏହି ବ୍ୟବସାୟକୁ ଆରମ୍ଭ କଲେ। ନିଜ ବିରିୟାନୀ ଷ୍ଟଲର ନାମ ଦେଲେ ଇଞ୍ଜିନିୟର ଠେଲା। ମାଲକାନଗିରିର ଜିଲ୍ଲାପାଳ କାର୍ଯ୍ୟାଳୟ କଡରେ ଏହି ଇଂଜନିୟରସ୍ ଠେଲା ପଡିଛି। ଏହି ଠେଲାଟିର ପୋଷ୍ଟରକୁ ପଢିବା ପରେ ଲୋକେ ସାମାନ୍ୟ ଦ୍ୱନ୍ଦ୍ୱରେ ପଡିଯାଇଥିଲେ। ଆଉ ପାଖରେ ପହଞ୍ଚି ଦେଖିଲା ବେଳକୁ ଏହି ଠେଲାରେ ବିକ୍ରି ହେଉଛି ସୁଆଦିଆ ବିରିୟାନୀ।

ସକାଳ ପାହିଲେ ବିରିୟାନୀ ପାଇଁ ବ୍ୟବହୃତ ସମସ୍ତ ସାମଗ୍ରୀ କିଣନ୍ତି। ଘରେ ବିରିୟାନୀ ପ୍ରସ୍ତୁତ କରିବା ପରେ ସନ୍ଧ୍ୟା ବେଳେ ଏହାକୁ ବିକ୍ରି କରିବା ପାଇଁ ଜାତୀୟ ରାଜପଥ କଡରେ ଥିବା ନିଜର ଠେଲାକୁ ନେଇକି ଆସନ୍ତି। ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ ଦୁହେଁ ଏହି ବ୍ୟବସାୟକୁ ଛୋଟ ମନେ ନକରି ନିଜର କର୍ତ୍ତବ୍ୟ ଭାବି ଆଗେଇ ଚାଲିଛନ୍ତି। ନିଷ୍ଠାର ସହ କାର୍ଯ୍ୟ କଲେ ଆତ୍ମସନ୍ତୋଷ ମିଳିଥାଏ ବୋଲି ଦୁଇ ବନ୍ଧୁ କହିଛନ୍ତି। ପ୍ରିୟମ ବେବର୍ତ୍ତା ମୁମ୍ୱାଇରେ ଏକ ଆଇଟି କମ୍ପାନୀରେ ପାର୍ଟ ଟାଇମ୍ କାମ କରନ୍ତି। ସେହିପରି କରୋନା ଲକଡାଉନ୍ କାରଣରୁ ଚାକିରି ହରାଇଛନ୍ତି ସୁମିତ୍।

Advertisment

ଆଗାମୀ ଦିନରେ ଏହି ବ୍ୟବସାୟକୁ ବଢ଼ାଇବା ସହ ବିଭିନ୍ନ ଫ।ଷ୍ଟ ଫୁଡ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଦୁଇ ବନ୍ଧୁ। ସଂଧ୍ୟା ହେଲେ ଇଂଜନିୟରଙ୍କ ହାତ ତିଆରି ବିରିୟାନୀ ଖାଇବା ପାଇଁ ଠେଲା ପାଖରେ ଭିଡ ଜମୁଛି। କମ୍ ମୂଲ୍ୟରେ ସୁଆଦିଆ ବିରିୟାନି ମିଳୁଥିବାରୁ ଖାଇବା ପରେ ଭୁରି ଭୁରି ପ୍ରଶଂସା କରୁଛନ୍ତି।

Odia Offbeat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe