/odisha-reporter/media/post_attachments/uploads/2021/09/drowned.jpg)
drowned
ମାଲକାନଗିରି(ଜିତେନ୍ଦ୍ର ବେଉରା): ପୋଖରୀକୁ ଗାଧୋଇବାକୁ ଯାଇ ଫେରିଲେନି ୨ ଶିଶୁ କନ୍ୟା। ଦୀର୍ଘ ସମୟ ଖୋଜାଖୋଜି ପରେ ମିଳିଲା ସେମାନଙ୍କ ମୃତଦେହ। ଏପରି ଅଭାବନୀୟ ଘଟଣା ଗତକାଲି ମାଲକାନଗିରି ଥାନା ଅଂଚଳରେ ଘଟିଯାଇଛି। ମୃତା ଶିଶୁଦ୍ୱୟ ହେଲେ ଆରସି ହାଲଵା ଓ ନନ୍ଦିନୀ ହାଲଵା । ଉଭୟଙ୍କ ଘର ଚାଲାଣଗୁଡା ପଞ୍ଚାୟତର ମୁଣ୍ଡାଗୁଡା ଗ୍ରାମରେ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ୨ ଶିଶୁ ଘର ନିକଟସ୍ଥ ପୋଖରୀକୁ ଯାଇ ଗାଧୋଉଥିଲେ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ଏହାପରେ ୨ ଜଣ ପୋଖରୀରେ ଗାଧୋଉଥିବା ସ୍ଥାନୀୟ ଲୋକେ କହିବା ପରେ ପରିବାର ଲୋକ ସେଠାରେ ଖୋଜାଖୋଜି କରି କୌଣସି ପତ୍ତା ପାଇ ନ ଥିଲେ।
ଏହାପରେ ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏ ଅଗ୍ନିଶମ କର୍ମଚାରୀ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ପୋଖରୀରୁ ଦୁଇ ଶିଶୁ କନ୍ୟାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
