Advertisment

ପୋଖରୀକୁ ଯାଇ ଫେରିଲେନି ୨ ଶିଶୁ କନ୍ୟା, ମିଳିଲା ମୃତଦେହ

ମାଲକାନଗିରି(ଜିତେନ୍ଦ୍ର ବେଉରା): ପୋଖରୀକୁ ଗାଧୋଇବାକୁ ଯାଇ ଫେରିଲେନି ୨ ଶିଶୁ କନ୍ୟା। ଦୀର୍ଘ ସମୟ ଖୋଜାଖୋଜି ପରେ ମିଳିଲା ସେମାନଙ୍କ ମୃତଦେହ। ଏପରି ଅଭାବନୀୟ ଘଟଣା ଗତକାଲି ମାଲକାନଗିରି ଥାନା ଅଂଚଳରେ ଘଟିଯାଇଛି। ମୃତା ଶିଶୁଦ୍ୱୟ ହେଲେ ଆରସି ହାଲଵା ଓ ନନ୍ଦିନୀ ହାଲଵା । ଉଭୟଙ୍କ ଘର ଚାଲାଣଗୁଡା ପଞ୍ଚାୟତର ମୁଣ୍ଡାଗୁଡା ଗ୍ରାମରେ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ୨ ଶିଶୁ ଘର ନିକଟସ୍ଥ ପୋଖରୀକୁ ଯାଇ ଗାଧୋଉଥିଲେ।  ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ […]

author-image
Niharika Rout
ଅଦ୍ୟତନ ହୋଇଛି
କଇଁଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ଦୁଇ ଭାଇ

drowned

ମାଲକାନଗିରି(ଜିତେନ୍ଦ୍ର ବେଉରା): ପୋଖରୀକୁ ଗାଧୋଇବାକୁ ଯାଇ ଫେରିଲେନି ୨ ଶିଶୁ କନ୍ୟା। ଦୀର୍ଘ ସମୟ ଖୋଜାଖୋଜି ପରେ ମିଳିଲା ସେମାନଙ୍କ ମୃତଦେହ। ଏପରି ଅଭାବନୀୟ ଘଟଣା ଗତକାଲି ମାଲକାନଗିରି ଥାନା ଅଂଚଳରେ ଘଟିଯାଇଛି। ମୃତା ଶିଶୁଦ୍ୱୟ ହେଲେ ଆରସି ହାଲଵା ଓ ନନ୍ଦିନୀ ହାଲଵା । ଉଭୟଙ୍କ ଘର ଚାଲାଣଗୁଡା ପଞ୍ଚାୟତର ମୁଣ୍ଡାଗୁଡା ଗ୍ରାମରେ ବୋଲି ଜଣାଯାଇଛି।

Advertisment

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ୨ ଶିଶୁ ଘର ନିକଟସ୍ଥ ପୋଖରୀକୁ ଯାଇ ଗାଧୋଉଥିଲେ।  ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ଏହାପରେ ୨ ଜଣ ପୋଖରୀରେ ଗାଧୋଉଥିବା ସ୍ଥାନୀୟ ଲୋକେ କହିବା ପରେ ପରିବାର ଲୋକ ସେଠାରେ ଖୋଜାଖୋଜି କରି କୌଣସି ପତ୍ତା ପାଇ ନ ଥିଲେ।

ଏହାପରେ ଖବର ପାଇ  ପୁଲିସ  ଓ  ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏ ଅଗ୍ନିଶମ କର୍ମଚାରୀ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ପୋଖରୀରୁ  ଦୁଇ ଶିଶୁ କନ୍ୟାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।

Advertisment