Advertisment

‘ଅନଲାଇନ୍‌ କ୍ଲାସ କ’ଣ ଆମେ ଜାଣିନୁ’

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ) ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲାଇନ କ୍ଲାସ। ତେବେ ମାଲକାନଗିରିଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଏହି ଅନଲାଇନ କ୍ଲାସ ଚିଲିକା ମାଛ ଆକାଶ କଂୟା ସଦୃଶ ହୋଇଛି। ଦାରିଦ୍ର୍ୟ ଓ ଅନୁନ୍ନତ ଅଞ୍ଚଳ ଭାବେ ପରିଚିତ ଉକ୍ତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ଅପହଞ୍ଚ। ଏଠିକାର ଅଧିକାଂଶ ପିଲା ଅନଲାଇନ୍‌ କ୍ଲାସ କଣ ଜାଣି ନାହାନ୍ତି। ତେଣୁ ଏହି ଅନଲାଇନ୍‌ କ୍ଲାସ ଏବଂ ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଚିତ୍ରକୋଣ୍ଡାର ବଡପଡା ଗ୍ରାମରେ […]

ଅଦ୍ୟତନ ହୋଇଛି
‘ଅନଲାଇନ୍‌ କ୍ଲାସ କ’ଣ ଆମେ ଜାଣିନୁ’

hnk

Advertisment

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ) ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲାଇନ କ୍ଲାସ। ତେବେ ମାଲକାନଗିରିଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଏହି ଅନଲାଇନ କ୍ଲାସ ଚିଲିକା ମାଛ ଆକାଶ କଂୟା ସଦୃଶ ହୋଇଛି। ଦାରିଦ୍ର୍ୟ ଓ ଅନୁନ୍ନତ ଅଞ୍ଚଳ ଭାବେ ପରିଚିତ ଉକ୍ତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ଅପହଞ୍ଚ।

Advertisment

ଏଠିକାର ଅଧିକାଂଶ ପିଲା ଅନଲାଇନ୍‌ କ୍ଲାସ କଣ ଜାଣି ନାହାନ୍ତି। ତେଣୁ ଏହି ଅନଲାଇନ୍‌ କ୍ଲାସ ଏବଂ ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଚିତ୍ରକୋଣ୍ଡାର ବଡପଡା ଗ୍ରାମରେ ଗ୍ରାମର ୬ଜଣ ଛାତ୍ରୀ ଗୋଟିଏ ମୋବାଇଲ ଫୋନରେ ଅନଲାଇନ କ୍ଲାସ କରୁଥିବା ଦେଖିବାକୁ ମିଳିଥିଲା । ତିନି ଜଣ ନବମ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ଅନ୍ୟ ତିନି ଜଣ ଦଶମ ଶ୍ରେଣୀର ଛାତ୍ରୀ ।

ଗ୍ରାମର କୌଣସି ଜାଗାରେ ନେଟୱର୍କ ଆସୁନଥିବା ବେଳେ ଯେଉଁ ଜାଗାରେ ନେଟୱର୍କ ଆସୁଛି ସେଇଠି ନେଟ ମଧ୍ୟ ଚାଲୁନି । ଆଉ ଯେଉଁ ଫୋନ ଏହି ଛାତ୍ରୀ ମାନେ ଆଣି ବ୍ୟବହାର କରୁଛନ୍ତି ସେହି ଫୋନ ମାତ୍ର କିଛି ସମୟ ପାଇଁ ସେମାନଙ୍କୁ ଦିଆ ଯାଉଥିବା ସେମାନେ କହିଛନ୍ତି । ଏଭଳି ପରିସ୍ଥିତିରେ ସେମାନେ ନିଜର ଭବିଷ୍ୟତ କିଭଳି ଗଢ଼ିବେ ସେହି ଚିନ୍ତାରେ ରହୁଛନ୍ତି ଛାତ୍ରଛାତ୍ରୀମାନେ ।

Advertisment

ଅତି ଗରିବ ପରିବାର ହୋଇଥିବାରୁ ମୋବାଇଲ କିଣିବା ପାଇଁ ମଧ୍ୟ ଟଙ୍କାର ଅଭାବ ରହିଛି । ଆଉ ଗ୍ରାମରେ ଅନେକ ପିଲା ମୋବାଇଲ ନ ଥିବାରୁ ଅନଲାଇନ କ୍ଲାସ କରି ନପାରି ଖେଳକୁଦରେ ମାତୁଛନ୍ତି। ଆଦିବାସୀଅଧ୍ୟୁଷିତ ସ୍ୱାଭିମାନ ଅଂଚଳରେ ନା ଅଛି 3g ନା 4g ର ନେଟ । ନା ସ୍ମାର୍ଟଫୋନ  ବା ଆଣ୍ଡ୍ରଏଡ୍ ଫୋନ କିଣିବାର ଲୋକଙ୍କର ସାମର୍ଥ୍ୟ ଅଛି ।ତେଣୁ ପିଲାମାନେ ଅନଲାଇନ ମାଧ୍ୟମରେ କିପରି ପାଠପଢା କରିବେ ସେଥିପାଇଁ ଚିନ୍ତିତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe