Advertisment

ଦରିଗୁଡ଼ା ଗାଁରେ ଅଜଣା ରୋଗ ଆତଙ୍କ:୨ ମାସରେ ନେଲାଣି ୮ ଜୀବନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗମ୍ପାକୋଣ୍ଡା ପଞ୍ଚାୟତର ଦରିଗୁଡ଼ା ଗାଁରେ ଅଜଣା ରୋଗ ଆତଙ୍କ। ଗତ ଦୁଇ ମାସ ମଧ୍ୟରେ ଅଜଣା ରୋଗରେ ୮ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ଅଛନ୍ତି। ପ୍ରଥମେ ଜ୍ୱର ଓ ମୁଣ୍ଡ ବ୍ୟଥା ପରେ ୩ରୁ ୪ ଦିନ ମଧ୍ୟରେ ରୋଗୀଙ୍କ ମୃତ୍ୟୁ ହେଉଛି।

ଗାଁର ପୋଡ଼ି ପୋଡ଼ିଆମୀଙ୍କ ଜଣେ ଝିଅ ଅଜଣା ରୋଗରେ ଶିକାର ହୋଇ ଗୁରୁତର ଅବସ୍ଥାରେ କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଆଉ ଜଣେ ଝିଅ ଅସୁସ୍ଥ ହୋଇ ଘରେ ପଡ଼ିରହିଛି।  କେବଳ ଏହି ଦୁଇ ପିଲା ନୁହଁନ୍ତି, ଅନେକ ମଧ୍ୟ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି।

ଡାକ୍ତରଙ୍କ କହିବାନୁଯାୟୀ,“ଏହି ଅଞ୍ଚଳର ରୋଗୀ ମରିବା କଥା ସତ। ତଦନ୍ତ ପରେ ମୃତ୍ୟୁର କାରଣ କଣ ଜଣାପଡ଼ିବ।”

ଗତବର୍ଷ ଜାପାନୀ ଏନସେଫାଲାଇଟିସରେ ଏହି ଅଞ୍ଚଳର ଅନେକ ଶିଶୁଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଏବେ ଅଜଣା ରୋଗ ଯୋଗୁଁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe