Advertisment

‘ଆମକୁ ଶାନ୍ତି ଦରକାର, ହିଂସା ନୁହେଁ’: ନକ୍ସଲ ବିରୋଧରେ ମେଳି କରି ଗର୍ଜିଲେ ସ୍ୱାଭିମାନବାସୀ

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): “ଆମକୁ ଶାନ୍ତି ଦରକାର, ହିଂସା ନୁହେଁ। ନିରୀହ ଜନତାକୁ ମାରିବା ବନ୍ଦ କରାଯାଉ। ମୃତ ଦାସ ଖେମୁଡୁ ଓ ଅନ୍ୟମାନଙ୍କୁ ନ୍ୟାୟ ମିଳୁ।” ଗତକାଲି ଏମିତି ନକ୍ସଲ ବିରୋଧରେ ଗର୍ଜନ ଦେଇଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳବାସୀ। ଖଜୁରୀଗୁଡ଼ାଠାରେ ୧୦ରୁ ଅଧିକ ଗାଁରୁ ହଜାର ହଜାର ଲୋକ ଏକାଠି ହୋଇ ନକ୍ସଲଙ୍କ ବିରୋଧରେ ମେଳି କରିଛନ୍ତି। ଗତ ୨୦ ତାରିଖରେ ପୁଲିସ ଇନ୍‌ଫରମର ସନ୍ଦେହରେ ଦାସ ଖେମୁଡୁ ନାମକ ଜଣଙ୍କୁ ହତ୍ୟା […]

‘ଆମକୁ ଶାନ୍ତି ଦରକାର, ହିଂସା ନୁହେଁ’: ନକ୍ସଲ ବିରୋଧରେ ମେଳି କରି ଗର୍ଜିଲେ ସ୍ୱାଭିମାନବାସୀ

naxal

Advertisment

ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): “ଆମକୁ ଶାନ୍ତି ଦରକାର, ହିଂସା ନୁହେଁ। ନିରୀହ ଜନତାକୁ ମାରିବା ବନ୍ଦ କରାଯାଉ। ମୃତ ଦାସ ଖେମୁଡୁ ଓ ଅନ୍ୟମାନଙ୍କୁ ନ୍ୟାୟ ମିଳୁ।” ଗତକାଲି ଏମିତି ନକ୍ସଲ ବିରୋଧରେ ଗର୍ଜନ ଦେଇଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳବାସୀ। ଖଜୁରୀଗୁଡ଼ାଠାରେ ୧୦ରୁ ଅଧିକ ଗାଁରୁ ହଜାର ହଜାର ଲୋକ ଏକାଠି ହୋଇ ନକ୍ସଲଙ୍କ ବିରୋଧରେ ମେଳି କରିଛନ୍ତି।

Advertisment

ଗତ ୨୦ ତାରିଖରେ ପୁଲିସ ଇନ୍‌ଫରମର ସନ୍ଦେହରେ ଦାସ ଖେମୁଡୁ ନାମକ ଜଣଙ୍କୁ ହତ୍ୟା କରିଥିଲେ ନକ୍ସଲ। ଏହାକୁ ନେଇ ନକ୍ସଲଙ୍କ ବିରୋଧରେ ଅସନ୍ତୋଷ ଦେଖାଦେଇଥିଲା। ଏହାପରେ ଗତକାଲି ହଜାର ହଜାର ଲୋକ ଏକାଠି ହୋଇ ନିଜ ଅଞ୍ଚଳରେ ନକ୍ସଲଙ୍କୁ ପୂରାଇ ନ ଦେବାକୁ ଶପଥ ନେଇଛନ୍ତି। ଏହାସହ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ନକ୍ସଲ ବିରୋଧୀ ପୋଷ୍ଟର ଲଗାଯିବା ପରେ କାଲି ଏହି ମେଳି ଆୟୋଜନ ହୋଇଥିଲା ।

Naxal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe