Vigilance Raid
ମାଲକାନଗିରି(ଜିତେନ୍ଦ୍ର ବେଉରା): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏମ୍ ଆନନ୍ଦଙ୍କ ମାଲକାନଗିରିରେ ଥିବା ଅଫିସ, ନବରଙ୍ଗପୁରରେ ଥିବା ଘର ଓ ବିଶାଖାପାଟଣା ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି।
ଏମ୍ ଆନନ୍ଦ ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ତଦନ୍ତ କରି ତାଙ୍କ ଘରେ ଆଜି ସକାଳେ ଚଢ଼ାଉ କରିଥିଲା।
ଏମ୍ ଆନନ୍ଦ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାବେ ୬ମାସ ହେବ ଯୋଗ ଦେଇଥିଲେ। ସେ ପୂର୍ବରୁ ନବରଙ୍ଗପୁରରେ ଚାକିରି କରିଥିଲେ। ଚଢ଼ାଉ ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/Untitled-1-59.jpg)