Advertisment

ମାଲକାନଗିରି ଓ କୋରାପୁଟରେ ମାଓ ବିରୋଧୀ ଅଭିଯାନର ସମୀକ୍ଷା କଲେ ଡିଜି

ମାଲକାନଗିରି/କୋରାପୁଟ: ପୋଲିସ୍ ଡିଜି ସଞ୍ଜୀବ ମାରିକ୍ ଆଜି ମାଲକାନଗିରି ଗସ୍ତରେ ଯାଇ ମାଓ ବିରୋଧୀ ଅଭିଯାନର ସମୀକ୍ଷା କରିଛନ୍ତି। ଏହା ପୂର୍ବରୁ ସେ ଆକାଶ ମାର୍ଗରୁ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପରିଦର୍ଶନ କରିଥିଲେ। ଗୁରୁପ୍ରିୟା ସେତୁକୁ ବି ଆକାଶମାର୍ଗରୁ ଦେଖିଥିଲେ ଡିଜି। ଗୁରୁପ୍ରିୟା ସେତୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଓ ବିଚ୍ଛିନ୍ନାଞ୍ଚଳରେ ମାଓ କାର୍ଯ୍ୟକଳାପ ଉପରେ ଲଗାମ୍ ଲଗାଇବାକୁ ସେଠାରେ ଅଧିକ କ୍ୟାମ୍ପ ପ୍ରତିଷ୍ଠା କରାଯିବ ବୋଲି ସମୀକ୍ଷା ବୈଠକ ପରେ ଡିଜି ସୂଚନା ଦେଇଥିଲେ। ଏହା […]

ଅଦ୍ୟତନ ହୋଇଛି
ମାଲକାନଗିରି ଓ କୋରାପୁଟରେ ମାଓ ବିରୋଧୀ ଅଭିଯାନର ସମୀକ୍ଷା କଲେ ଡିଜି

dg

Advertisment

ମାଲକାନଗିରି/କୋରାପୁଟ: ପୋଲିସ୍ ଡିଜି ସଞ୍ଜୀବ ମାରିକ୍ ଆଜି ମାଲକାନଗିରି ଗସ୍ତରେ ଯାଇ ମାଓ ବିରୋଧୀ ଅଭିଯାନର ସମୀକ୍ଷା କରିଛନ୍ତି। ଏହା ପୂର୍ବରୁ ସେ ଆକାଶ ମାର୍ଗରୁ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପରିଦର୍ଶନ କରିଥିଲେ। ଗୁରୁପ୍ରିୟା ସେତୁକୁ ବି ଆକାଶମାର୍ଗରୁ ଦେଖିଥିଲେ ଡିଜି। ଗୁରୁପ୍ରିୟା ସେତୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଓ ବିଚ୍ଛିନ୍ନାଞ୍ଚଳରେ ମାଓ କାର୍ଯ୍ୟକଳାପ ଉପରେ ଲଗାମ୍ ଲଗାଇବାକୁ ସେଠାରେ ଅଧିକ କ୍ୟାମ୍ପ ପ୍ରତିଷ୍ଠା କରାଯିବ ବୋଲି ସମୀକ୍ଷା ବୈଠକ ପରେ ଡିଜି ସୂଚନା ଦେଇଥିଲେ। ଏହା ସହିତ ମାଓବାଦୀଙ୍କୁ ଦଳଛାଡ଼ି ମୁଖ୍ୟ ସୋତ୍ରରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ବୈଠକରେ ଆଇଜି ଅପରେସନ୍ ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଏସଏଫ୍ ଏଡିଜି ବି.ଏନ୍.ଝା, ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisment

ମାଲକାନଗିରି ଗସ୍ତ ଶେଷ କରି ଡିଜି ସଞ୍ଜୀବ ମାରିକ ଯାଇଥିଲେ କୋରାପୁଟ। ସେଠାରେ ମଧ୍ୟ ସେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏଥିରେ ଆଇଜି ଅପରେସନ୍ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହିତ କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାର ଏସପିମାନେ ଯୋଗ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe