Advertisment

ସର୍ବ ସମ୍ମୁଖରେ ଠିକାଦାରଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି (ଜିତେନ୍ଦ୍ର ବେଉରା): ନକ୍ସଲ ଦମନ ପାଇଁ ରାଜ୍ୟ ସରକାର ବିଭିନ୍ନ ରଣନୀତି ଆପଣାଉଛନ୍ତି। ଡିଜିପି ଘନଘନ ନକ୍ସଲ ପ୍ରବଣ ମାଲକାନଗିରି ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି। ଆଜି ସେହି ଜିଲ୍ଲା ଗଡ଼ିଛି ମୁଣ୍ଡ। ରାସ୍ତା କାମରେ ନିୟୋଜିତ ଜଣେ ଠିକାଦାରଙ୍କୁ ନକ୍ସଲମାନେ ଅତି ବୀଭତ୍ସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଏଥିସହ ଗାଡ଼ି ପୋଡ଼ାଜଳା କରିଛନ୍ତି। ଆଜି ମାଥିଲି-ଗୋଲିଆଗୁଡ଼ାରେ ରାସ୍ତା କାମ ଚାଲିଥିଲା। ଶ୍ରମିକମାନେ ରାସ୍ତା କାମ କରୁଥିଲେ। ସେଠାରେ ଉପସ୍ଥିତ ଥିଲେ ଠିକାଦାର […]

author-image
Manoranjan Sial
ଅଦ୍ୟତନ ହୋଇଛି
ସର୍ବ ସମ୍ମୁଖରେ ଠିକାଦାରଙ୍କୁ ହତ୍ୟା କଲେ ନକ୍ସଲ

naxal

ମାଲକାନଗିରି (ଜିତେନ୍ଦ୍ର ବେଉରା): ନକ୍ସଲ ଦମନ ପାଇଁ ରାଜ୍ୟ ସରକାର ବିଭିନ୍ନ ରଣନୀତି ଆପଣାଉଛନ୍ତି। ଡିଜିପି ଘନଘନ ନକ୍ସଲ ପ୍ରବଣ ମାଲକାନଗିରି ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି। ଆଜି ସେହି ଜିଲ୍ଲା ଗଡ଼ିଛି ମୁଣ୍ଡ। ରାସ୍ତା କାମରେ ନିୟୋଜିତ ଜଣେ ଠିକାଦାରଙ୍କୁ ନକ୍ସଲମାନେ ଅତି ବୀଭତ୍ସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଏଥିସହ ଗାଡ଼ି ପୋଡ଼ାଜଳା କରିଛନ୍ତି।

Advertisment

ଆଜି ମାଥିଲି-ଗୋଲିଆଗୁଡ଼ାରେ ରାସ୍ତା କାମ ଚାଲିଥିଲା। ଶ୍ରମିକମାନେ ରାସ୍ତା କାମ କରୁଥିଲେ। ସେଠାରେ ଉପସ୍ଥିତ ଥିଲେ ଠିକାଦାର ସୁକୁମାର ମଣ୍ଡଳ। ଏହି ସମୟରେ ୧୫ରୁ ୨୦ ଜଣ ନକ୍ସଲ ପ୍ରକଳ୍ପ ସ୍ଥଳକୁ ଆସିଥିଲେ। ନକ୍ସଲମାନେ ଠିକାଦାର ଶ୍ରୀ ମଣ୍ଡଳଙ୍କୁ ଡାକି ନେଇ ବିଚ୍‌ ରାସ୍ତାରେ ହତ୍ୟା କରିଥିଲେ। ଏପରିକି ରାସ୍ତା କାମରେ ନିୟୋଜିତ ୧ ବୋଲେରୋ, ୧ ଟ୍ରାକ୍ଟର ଓ ୧ ପ୍ରୋକଲିନ ମେସିନରେ ନିଆଁ ଲଗାଇ ଦେଇଥିଲେ। ମାତ୍ର ଅନ୍ୟ ଶ୍ରମିକମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ହତ୍ୟା କରିବା ପରେ ନକ୍ସଲମାନେ ସେଠାରୁ ଚମ୍ପଟ ମାରିଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କମ୍ୱିଂ ଅପରେସନକୁ ଜୋରଦାର କରାଯାଇଛି।

Advertisment