/odisha-reporter/media/post_attachments/uploadimage/library/16_9/16_9_0/IMAGE_1684554692.jpg)
jawans injured
କାଳବୈଶାଖୀରେ ଭାଙ୍ଗିଗଲା ସିଆରପିଏଫ୍ ଯବାନଙ୍କ ବାରାକ। ଏଥିରେ ୧୧ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାରେ ଏପରି ଘଟଣା ଘଟିଛି। ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଗତକାଲି ରାତିରେ ଛତିଶଗଡ଼ର ବସ୍ତର ଜିଲ୍ଲାରେ ପ୍ରବଳ ବର୍ଷା ସହ ଝଡ଼ତୋଫାନ ହୋଇଥିଲା। ଝଡ଼ତୋଫାନରେ ଯବାନଙ୍କ ୩ଟି ବାରାକ ଭାଙ୍ଗିଯାଇଥିଲା। ବାରାକ ଗୁଡ଼ିକ ଭାଙ୍ଗି ଯବାନଙ୍କ ଉପରେ ପଡ଼ିଥିଲା। ଝଡ଼ତୋଫାନ କମିବା ପରେ ଅନ୍ୟ ଯବାନମାନେ ପହଞ୍ଚି ଯବାନମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ନକ୍ସଲ ଦମନ ପାଇଁ ସେଡବା ଗାଁ ନିକଟରେ ଯବାନଙ୍କ ରହିବା ପାଇଁ ୩ଟି ବାରାକ କରାଯାଇଥିଲା। ଏହି ବାରାକରେ ସିଆରପିଏଫ 241 ବାଟାଲିୟନର ୧୨୦ ଯବାନ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ। ଗତକାଲି ଏହି ବାରକରେ ୧୧ ଜଣ ଯବାନ ଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
