/odisha-reporter/media/post_attachments/uploadimage/library/16_9/16_9_0/IMAGE_1683168945.jpg)
Road Accident
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡପୁଟ ଘାଟିରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଘଟିଛି। ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡ଼ିବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସମସ୍ତଙ୍କ ଘର ପଡପଦର ଗାଁର ବୋଲି ଜଣାଯାଇଛି।
Advertisment
ପଡପଦର ଗାଁର ପ୍ରାୟ ୧୫ଜଣ ଲୋକ ଏକ ଦଶାହରେ ଯୋଗ ଦେବାରୁ ଟ୍ରାକ୍ଟରରେ ତଣ୍ଟାଗୁଡ଼ା ଗାଁକୁ ଯାଇଥିଲେ। ଗତକାଲି ରାତିରେ ଭୋଜିରେ ଯୋଗ ଦେଇ ଘରକୁ ଫେରିଲାବେଳେ ବଡପୁଟ ଘାଟିରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟଲୋକେ ଓ ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଜାନବାଇ ମେଡିକାଲରେ ଭର୍ତ୍ତି କରିଥିଲେ।
ସେଠାରେ ଡାକ୍ତର ୩ ଜଣଙ୍କ ମୃତ ଘୋଷଣା କରିଥିଲେ। ଅନ୍ୟ ଆହତମାନଙ୍କ ଅବସ୍ଥା ଗୁରୁତର ହେବାର ସେମାନଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
