Advertisment

ଦଶାହ ଭୋଜିରୁ ଫେରିଲା ବେଳେ ଓଲଟି ପଡ଼ିଲା ଟ୍ରାକ୍ଟର; ୩ମୃତ, ୧୦ ଆହତ

ପଡପଦର ଗାଁର ପ୍ରାୟ ୧୫ଜଣ ଲୋକ ଟ୍ରାକ୍ଟର ବସି ଦଶାହ ଭୋଜି ଖାଇବାକୁ ଯାଇଥିଲେ।

Road Accident

Road Accident

Advertisment

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡପୁଟ ଘାଟିରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଘଟିଛି। ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡ଼ିବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସମସ୍ତଙ୍କ ଘର ପଡପଦର ଗାଁର ବୋଲି ଜଣାଯାଇଛି।

Advertisment

ପଡପଦର ଗାଁର ପ୍ରାୟ ୧୫ଜଣ ଲୋକ ଏକ ଦଶାହରେ ଯୋଗ ଦେବାରୁ ଟ୍ରାକ୍ଟରରେ ତଣ୍ଟାଗୁଡ଼ା ଗାଁକୁ ଯାଇଥିଲେ। ଗତକାଲି ରାତିରେ ଭୋଜିରେ ଯୋଗ ଦେଇ ଘରକୁ ଫେରିଲାବେଳେ ବଡପୁଟ ଘାଟିରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟଲୋକେ ଓ ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଜାନବାଇ ମେଡିକାଲରେ ଭର୍ତ୍ତି କରିଥିଲେ।

ସେଠାରେ ଡାକ୍ତର ୩ ଜଣଙ୍କ ମୃତ ଘୋଷଣା କରିଥିଲେ। ଅନ୍ୟ ଆହତମାନଙ୍କ ଅବସ୍ଥା ଗୁରୁତର ହେବାର ସେମାନଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Malkangiri Road Accident , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe