malkangiri
ମାଲକାନଗିରି ଗସ୍ତରେ ଆସିଥିବା ଗୋଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡାଙ୍କ ନିକଟରେ ୩ଜଣ ନକ୍ସଲ ଆଜି ଆତ୍ମସମର୍ପଣ କରିଛନ୍ତି।ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ତିନି ଜଣ ପାର୍ଟି ମେମ୍ବର ଭାବରେ ମହୁପଦର ଅଞ୍ଚଳରେ କାର୍ଯ୍ୟ କରୁଥିଲେ। ଏମାନଙ୍କ ନାମରେ ଏକ ଲକ୍ଷ ପୁରସ୍କାର ରାଶି ଥିଲା। ଏହି ତିନି ଜଣ ହେଲେ ମୋନାଜ ଓରଫ ମୋତି ମାଡ଼ି, ପାଣ୍ଡୁ କବସି ଓ ଆଇଟେ କର୍ତାମି।
ଏହି ତିନି ଜଣଙ୍କର ସହାୟତାରେ ମହୁପଦର ଅଞ୍ଚଳରୁ ଏସଓଜି ଓ ଡିଭିଏଫ ବାହିନୀ ମାଟିତଳୁ ବହୁ ପରିମାଣର ନକ୍ସଲ ସାମଗ୍ରୀ ଜବତ କରିଛନ୍ତି। ଏଥିରେ ୭ଟି ଟିଫିନ ବମ ,୫ ଟି ବନ୍ଧୁକ , ୫୦ ଊର୍ଦ୍ଧ୍ୱ ଜୀବନ୍ତ ଗୁଳି ,ବାରେଲ ଗ୍ରାନାଇଟ ଲଞ୍ଚର, ନକ୍ସଲ ପୁସ୍ତିକା ପରି ୧୧୨ ପ୍ରକାର ନକ୍ସଲ ସାମଗ୍ରୀ ଜବତ କରିଛି ।
ସୂଚନାଯୋଗ୍ୟ, ବୁଧବାର ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ଦୁ଼ର୍ଦ୍ଦାନ୍ତ ନକ୍ସଲ ରଞ୍ଜୁ ଖିଲ ଓରଫ ଚାଣ୍ଟିକୁ ଗିରଫ କରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି ବା ଏନ୍ଆଇଏ। ଚାଣ୍ଟି ନାଁରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/malkangiri_1674722164.jpg)