Advertisment

Suicide: ଝୁଲି ପଡ଼ିଲେ ୧୦ ବର୍ଷର ଝିଅ

ଝିଅଟି ମୋବାଇଲ ପାଇଁ ଆତ୍ମହତ୍ୟା କରିଛି ନା ଆଉ କିଛି ଘଟିଛି, ତାହା ପୁଲିସର ତଦନ୍ତ ପରେ ଜଣାପଡ଼ିବ। ତେବେ ଝିଅଟି ଯଦି ମୋବାଇଲ ପାଇଁ ଆତ୍ମହତ୍ୟା କରିଥାଏ, ତା’ହେଲେ ତାହା ମଧ୍ୟ ବଡ଼ ଚିନ୍ତାଜନକ ବିଷୟ। ପୁଣି ଏତେ ଛୋଟ ବୟସରେ ଆତ୍ମହତ୍ୟା ଭଳି ପଦକ୍ଷେପ ବା ମାନସିକତା ଅତ୍ୟନ୍ତ ଭୟଙ୍କର।

Minor Girl

ମୃତ ନାବାଳିକା Photograph: (OR)

Advertisment

ଜଣେ ୧୦ ବର୍ଷର ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାହା ପୁଣି ମୋବାଇଲ ପାଇଁ। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଗୋବିନ୍ଦପାଲିର ଢେପସାହିରେ। 

Advertisment

ମୃତ ନାବାଳିକା ଜଣଙ୍କ ହେଉଛନ୍ତି ଢେପସାହିର ଅର୍ଜୁନ କିର୍ଷାନୀଙ୍କ ଝିଅ। ଗତକାଲି ସେ ତାଙ୍କ ବାପାଙ୍କୁ ମୋବାଇଲ ଫୋନ୍ ମାଗିଥିଲେ। ହେଲେ ଅର୍ଜୁନ ଫୋନ୍ ଦେବାକୁ ମନା କରି ଦେଇଥିଲେ। ପରେ ଅର୍ଜୁନ ଘର ବାହାରେ ଶୋଇଥିଲେ। ଏହି ସମୟରେ ତାଙ୍କ ଝିଅ ଘରର ଦ୍ୱାରବନ୍ଧରେ ଗାମୁଛା ବାନ୍ଧି ସେଥିରେ ଝୁଲି ପଡ଼ିଥିଲେ।
ଘର ଲୋକେ ଝିଅଟିକୁ ଉଦ୍ଧାର କରି ମାଥିଲି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଝିଅଟି ମୋବାଇଲ ପାଇଁ ଆତ୍ମହତ୍ୟା କରିଛି ନା ଆଉ କିଛି ଘଟିଛି, ତାହା ପୁଲିସର ତଦନ୍ତ ପରେ ଜଣାପଡ଼ିବ। ତେବେ ଝିଅଟି ଯଦି ମୋବାଇଲ ପାଇଁ ଆତ୍ମହତ୍ୟା କରିଥାଏ, ତା’ହେଲେ ତାହା ମଧ୍ୟ ବଡ଼ ଚିନ୍ତାଜନକ ବିଷୟ। ପୁଣି ଏତେ ଛୋଟ ବୟସରେ ଆତ୍ମହତ୍ୟା ଭଳି ପଦକ୍ଷେପ ବା ମାନସିକତା ଅତ୍ୟନ୍ତ ଭୟଙ୍କର।

Advertisment

ମୋବାଇଲ ଏବେ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କୁ ବାୟା କରିଛି। ଛୋଟ ପିଲା ହୁଅନ୍ତୁ କି ଯେ କୌଣସି ବୟସର ବ୍ୟକ୍ତି, ଆଜିକାଲି ଅଧିକାଂଶ ମୋବାଇଲରେ ଅଧିକ ସମୟ ବିତାଉଛନ୍ତି। ସ୍କୁଲ ଯାଉଥିବା ପିଲାଙ୍କ କଥା ଛାଡ଼ନ୍ତୁ, ୨/୩ ବର୍ଷର ଛୁଆ ବି ମୋବାଇଲ ନଦେଲେ ଖାଉ ନାହାନ୍ତି ବୋଲି ଅନେକ ଅଭିଭାବକ କହୁଥିବା ଆପଣମାନେ ବି ଶୁଣିଥିବେ। ପିଲାମାନଙ୍କ ଏହି ନିଶା କେବଳ ବାପାମା’ଙ୍କୁ ନୁହେଁ, ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ବି ଚିନ୍ତାରେ ପକାଇ ଦେଇଛି। ଯେଉଁଭଳି ଭାବେ ମୋବାଇଲ ଫୋନ୍, ଲ୍ୟାପ୍‌ଟପ୍‌ ଓ କମ୍ପ୍ୟୁଟର ଆଦିର ବ୍ୟବହାର ପିଲାଙ୍କର ନିଶା ପାଲଟି ଗଲାଣି, ତାହା ଆଗାମୀ ଦିନରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ମୋବାଇଲ ପାଇଁ ଏତେ ଛୋଟ ପିଲା ଆତ୍ମହତ୍ୟା ଭଳି ପଦକ୍ଷେପ ନେବା ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହିତ ନିଆଯିବାର ଆବଶ୍ୟକତା ରହିଛି। ଅଜାଣତ ଅବସ୍ଥାରୁ ନିଜର ସୁବିଧା ପାଇଁ ପିଲାଙ୍କ ହାତରେ ମୋବାଇଲ ଫୋନ୍ ଧରାଇ ଦେଇ ଅଭିଭାବକମାନେ ପ୍ରଥମ ଭୁଲ କରୁଥିବା ବେଳେ ଏବେ ସମୟ ଆସିଛି, କେମିତି ଏହା ପିଲାଙ୍କ ନିଶାରେ ପରିଣତ ନହେଉ, ତା’ଉପରେ ସଚେତନ ହେବାର ବେଳ।     
   

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe