Advertisment

ସ୍ୱାମୀ ମାରିଲା ଧନୁ ତୀର, ପତ୍ନୀ ଗୁରୁତର

ଗତକାଲି କୁରସାମି ଗଙ୍ଗା ଓ ତାଙ୍କ ପତ୍ନୀ ଥିବା ବେଳେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କୁରସାମି ଗଙ୍ଗା ପତ୍ନୀଙ୍କୁ ଲକ୍ଷ୍ୟ କରି ଧନୁ ତୀର ମାଡ଼ କରିଥିଲେ।

Arrow Attack

Arrow Attack

Advertisment

ଦାମ୍ପତ୍ୟ କଳହର ଉଗ୍ର ପରିଣତି। ସ୍ୱାମୀ ତୀର ମାଡ଼ରେ ପତ୍ନୀ ଗୁରୁତର ହୋଇଥିବା ବେଳେ ଫେରାର ହୋଇ ଯାଇଛି ସ୍ୱାମୀ। ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ କୋମଲପୁରମ ଗ୍ରାମରେ ଘଟିଛି। ତୀର ମାଡ଼ର ଶିକାର ହୋଇଥିବା ମହିଳାଜଣକ ହେଲେ କୁରସାମି କାନି । କୁରସାମି କାନିଙ୍କୁ ତୀର ମାଡ଼ କରିବା ପରେ ତାଙ୍କ ସ୍ୱାମୀ କୁରସାମି ଗଙ୍ଗା ଫେରାର ହୋଇ ଯାଇଛନ୍ତି।

Advertisment

ଗତକାଲି ଘରେ ଉଭୟ କୁରସାମି ଗଙ୍ଗା ଓ ତାଙ୍କ ପତ୍ନୀ ଥିବା ବେଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କୁରସାମି ଗଙ୍ଗା ଘରେ ଥିବା ଧନୁ ତୀର ପତ୍ନୀଙ୍କୁ ଲକ୍ଷ୍ୟ କରି ମାରିଥିଲେ।  ଫଳର ତୀରଟି କୁରସାମି କାନିଙ୍କ ବାମ ପାର୍ଶ୍ୱ ଛାତି ତଳେ ବାଜିଛି।

ତୀର ମାଡ଼ ଯୋଗୁ ପ୍ରବଳ ରକ୍ତସ୍ରାବ ହେବାରୁ କୁରସାମି କାନି ତଳେ ପଡ଼ି ଛଟପଟ ହୋଇଥିଲେ। ଏହା ଦେଖି ତାଙ୍କ ସ୍ୱାମୀ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। କୁରସାମି କାନିଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ ମୋଟୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Advertisment

ସେଠାରେ ପ୍ରାଥମିକ ଚିକିତ୍ସା ପରେ କୁରସାମିଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଆଜି ତାଙ୍କ ଅପରେସନ ହେବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି କୁରସାମି ଗଙ୍ଗାଙ୍କୁ ଖୋଜିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

Police Husband-wife Family Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe