Advertisment

ଯବାନଙ୍କୁ ଟାର୍ଗେଟ କରି ବିଛା ଯାଇଥିଲା ଲ୍ୟାଣ୍ଡମାଇନ, ଛିନଛତ୍ର ହେଲା ପୋଲ

ଯବାନଙ୍କୁ ଲକ୍ଷ୍ୟ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ନକ୍ସଲ। ଯବାନଙ୍କ ଯାତାୟତ ବେଳେ ତାହାକୁ ବ୍ଲାଷ୍ଟ କରିବେ ବୋଲି ଯୋଜନା କରିଥିଲେ।

ଅଦ୍ୟତନ ହୋଇଛି
Naxal Attack

Naxal Attack

Advertisment

ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିଛାଇଥିଲେ। ମାତ୍ର ସୌଭାଗ୍ୟବଶଃତ ଯବାନମାନେ ଅଳ୍ପକେ ବର୍ତ୍ତିଗଲେ। ହେଲେ ଆଖି ପିଛୁଳାକେ ଧ୍ୱସଂବିଧ୍ୱସଂ ହୋଇଗଲା ପୋଲ । ଏପରି ଏକ ଅଘଟଣ ଗତକାଲି ଅପରାହ୍ନରେ ମାଲକାନଗିରି ଜିଲ୍ଲା ଗଙ୍ଗାଲୁରଠାରେ ଘଟିଛି।

Advertisment

ଗଙ୍ଗାଲୁରଠାରେ ଥିବା ପୋଲ ଅତିକ୍ରମ କରି ଯବାନମାନେ ନିୟମିତ ଭାବେ ପଇଁତରା ମାରିଥାନ୍ତି। ତେଣୁ ସେମାନଙ୍କୁ ଲକ୍ଷ୍ୟ କରି ପୂର୍ବରୁ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ନକ୍ସଲ। ଯବାନମାନେ ଉକ୍ତ ପୋଲ ଦେଇ ଯିବା ସମୟରେ ତାହାକୁ ବ୍ଲାଷ୍ଟ କରିବେ ବୋଲି ସେମାନେ ଯୋଜନା କରିଥିଲେ।

ଏହାପରେ ଗତକାଲି ଅପରାହ୍ନରେ ଯବାନମାନେ ଉକ୍ତ ରାସ୍ତା ଦେଇ ଯାଆସ କରୁଥିଲେ। ମାତ୍ର ସେମାନେ ପୋଲଠୁ ଅନତି ଦୂରରେ ଥିବା ବେଳେ ପୋଲଟି ବ୍ଲାଷ୍ଟ କରିଥିଲା। ଉକ୍ତ ସମୟରେ ପୋଲ ଉପରେ କେହି ବି ନ ଥିଲେ। ଫଳରେ ଜୀବନ ରକ୍ଷା ହୋଇ ପାରିଛି।

Advertisment

ପୁଲିସ୍‌ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କୌଣସି ସଙ୍ଗଠନ ଏଥି ନିମନ୍ତେ ନିଜକୁ ଦାୟୀ କରି ନାହାନ୍ତି।

ରିପୋର୍ଟ-ମାଲକାନଗିରିରୁ ଜିତେନ୍ଦ୍ର ବେଉରା 

Bomb Blast Naxal Activities Army Jawan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe