Search Operation
ମାଲକାନଗିରି ଜିଲ୍ଲା ଏମ୍ଭି ୭୯ ଥାନା ସୁଧାକଣ୍ଡା ଜଙ୍ଗଲରେ ଏକ କଲଭର୍ଟ ନିକଟରେ ନକ୍ସଲମାନେ ଖଞ୍ଜିଥିବା ୩ କିଲୋର ଆଇଇଡିକୁ ନିଷ୍କ୍ରିୟ କରିଛନ୍ତି ସ୍ୱତନ୍ତ୍ର ବୋମା ନିଷ୍କ୍ରିୟକାରୀ ଟିମ। ସୁରକ୍ଷାକର୍ମୀମାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ଏହି ଆଇଇଡି ଖଞ୍ଜି ଥିଲେ।
ନକ୍ସଲମାନେ ଉକ୍ତ ଅଞ୍ଚଳରେ ଆଇଇଡି ଖଞ୍ଜି ଥିବା ନେଇ କୌଣସି ସୂତ୍ରରୁ ବିଏସଏଫ ୧୪୨ ବାଟାଲିୟନ ଖବର ପାଇଥିଲା। ଏହା ପରେ ଉକ୍ତ ଅଞ୍ଚଳରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ।
ଖୋଜାଖୋଜି କରିବା ବେଳେ ଯବାନମାନେ ଉକ୍ତ ଅଞ୍ଚଳରେ ଆଇଇଡି ଠାବ କରିଥିଲେ। ଏହାପରେ ସ୍ୱତନ୍ତ୍ର ବୋମା ନିଷ୍କ୍ରିୟକାରୀ ଟିମ୍ ଆଇଇଡିକୁ ଉଦ୍ଧାର କରିବା ପରେ ତାକୁ ନିଷ୍କ୍ରିୟ କରି ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1684034148.jpg)