Advertisment

ଅପହରଣ ପରେ ଯୁବକଙ୍କୁ ପୋଡ଼ି ହତ୍ୟା!

ଦରପୋଡ଼ା ମୃତଦେହଟି ମଙ୍ଗଳବାର ଠାରୁ ନିଖୋଜ ଥିବା ମାଲକାନଗିରି ଜିଲ୍ଲା ମୋଟୁ ଥାନା ତିଙ୍ଗରାପଲିର ଗଙ୍ଗା ପଡ଼ଇାମୀର ବୋଲି ସନ୍ଦେହ କରାଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Odisha

Odisha

ଜଙ୍ଗଲରୁ ମିଳିଛି ଦରପୋଡ଼ା ମୃତଦେହ। ମୃତକ ଜଣଙ୍କ ଜଣେ ଯୁବକ ହୋଇଥିଲେ ମଧ୍ୟ ତାଙ୍କ ପରିଚୟ ମିଳିପାରିନି। ତାଙ୍କୁ କେହି ପୋଡ଼ି ହତ୍ୟା କରିଥିବା ଜଣାପଡ଼ିଛି। ତେବେ ଦରପୋଡ଼ା ମୃତଦେହଟି ମଙ୍ଗଳବାର ଠାରୁ ନିଖୋଜ ଥିବା ମାଲକାନଗିରି ଜିଲ୍ଲା ମୋଟୁ ଥାନା ତିଙ୍ଗରାପଲିର ଗଙ୍ଗା ପଡ଼ଇାମୀର ବୋଲି ସନ୍ଦେହ କରାଯାଇଛି। କିନ୍ତୁ ସାଣ୍ଟିଫିକ ଟିମ୍‌ ଏଯାଏ ଆସି ନଥିବାରୁ ପୁଲିସ୍‌ କୌଣସି କଥାକୁ ସ୍ପଷ୍ଟ କରିନି। ସାଣ୍ଟିଫିକ ଟିମର ଯାଞ୍ଚ ପରେ ମୃତକଙ୍କ ପରିଚୟ ମିଳିବ ବୋଲି ପୁଲିସ୍‌ କହିଛି। 

Advertisment

ଗଙ୍ଗା ନାମକ ଯୁବକ ଜଣଙ୍କ ଗତକାଲି ଠାରୁ ନିଖୋଜ ଥିଲେ। ପୁଲିସ୍‌ ଖୋଜାଖୋଜି କରୁଥିବା ବେଳେ ତାଙ୍କ ଘରଠାରୁ ଅଢ଼େଇ କିମି ଦୂର ଜଙ୍ଗଲ ଅଞ୍ଚଳରୁ ଜଣେ ଯୁବକଙ୍କ ଦରପୋଡ଼ା ମୃତଦେହ ଠାବ ହୋଇଛି।

ମଙ୍ଗଳବାର ପ୍ରାୟ ୩ରୁ ୪ଟା ବେଳେ ଗଙ୍ଗା ଘରେ ବସିଥିଲେ। ଏତିକି ବେଳେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚିବା ସହ ଗଙ୍ଗାଙ୍କୁ ଘର ଭିତରୁ ବଳପୂର୍ବକ ଉଠାଇ ନେଇଥିଲେ। ପରିବାର ଲୋକ ଏନେଇ ମୋଟୁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ରାତି ତମାମ ଗଙ୍ଗାଙ୍କୁ ପୁଲିସ୍ ଖୋଜିଥିଲେ ବି କୌଣସି ଟେର ପାଇ ନଥିଲା।

Advertisment

ତେବେ ଆଜି ମଧ୍ୟାହ୍ନରେ ଗଙ୍ଗାଙ୍କ ଘରଠାରୁ ଅଢ଼େଇ କିମି ଦୂରରେ ଗୋଟିଏ ଦରପୋଡ଼ା ମୃତଦେହ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିବା ସହ ମୃତଦେହର ପରିଚୟ ଜାଣିବା ପାଇଁ ସାଣ୍ଟିଫିକ ଟିମ୍‌କୁ ଖବର ଦେଇଛି। ସାଣ୍ଟିଫିକ ଟିମ୍‌ ଶବର ନମୁନା ଯାଞ୍ଚ କରିବା ପରେ ଏହା ଗଙ୍ଗାର କି ନାହିଁ, ସେକଥା ସ୍ପଷ୍ଟ ହେବ। 

ଅନ୍ୟପକ୍ଷରେ ଗଙ୍ଗାଙ୍କୁ କାଲି ଠାରୁ କିଏ ଅପହରଣ କରିଥିଲେ, ସେକଥା ପୁଲିସ ସ୍ପଷ୍ଟ କରନି। ତେବେ ଆଜି ମିଳିଥିବା ଦରପୋଡ଼ା ମୃତଦେହ ପଛରେ ଗୁଣିଗାରେଡ଼ି ରହିଥିବା ସନ୍ଦେହ କରାଯାଉଛି। କଳାଯାଦୁର ବଶବର୍ତ୍ତୀ ହୋଇ କେହି ଯୁବକଙ୍କୁ ହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳର ଲୋକମାନେ କହିଛନ୍ତି।

Malkangiri Odisha Deadbody