Advertisment

ଧକ୍କା ଦେଲା କାର୍, ୨ ବାଇକ୍‌ ଆରୋହୀ ମୃତ

ଆଜି ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥର ଏମ୍‌ଭି- ୬୬ ଗ୍ରାମ ନିକଟରେ ଏହି ସଡ଼କ ଦୁର୍ଘଟଣା ହୋଇଛି।

author-image
Niranjan Mishra
Accident

Accident

ବାଇକ୍‌କୁ ଧକ୍କା ଦେଲା କାର। ଦୁର୍ଘଟଣାରେ ୨ ମୃତ। ଆଜି ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥର ଏମ୍‌ଭି- ୬୬ ଗ୍ରାମ ନିକଟରେ ଏହି ସଡ଼କ ଦୁର୍ଘଟଣା ହୋଇଛି। ଦୁଇ ମୃତକ ସ୍ଥାନୀୟ ଏରାକୁଣ୍ଡା ଅଞ୍ଚଳର ଗଙ୍ଗା କବାସୀ ଓ ଲଛା ମାଡ଼ି। ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି।

Advertisment

ଦୁହେଁ କୌଣସି କାମରେ ଘରୁ ଯାଇଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଡ୍ରାଇଭର ଅନ୍ୟମନସ୍କ ହେବାରୁ ହେବାରୁ ଭାରସାମ୍ୟ ହରାଇ କାର୍‌ ବିବରୀତ ଦିଗରୁ ଆସୁଥିବା ବାଇକ୍‌କୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି। ଦୁର୍ଘଟଣାରେ ବାଇକ୍ ଚୁରମାର ହୋଇଯାଇଛି। ବାଇକ୍‌ରୁ ଛିଟିକି ପଡ଼ିବାରୁ ଦୁଇ ଆରୋହୀଙ୍କ ମୃତ୍ୟୁ ହୋଇଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଶୋକର ପରିବେଶ ଦେଖିବାକୁ ମିଳିଥିଲା।

Advertisment
Road Accident