Advertisment

ଗଛରେ ଝୁଲିଛି କନଷ୍ଟେବଳଙ୍କ ମୃତଦେହ, ପକେଟରୁ ମିଳିଲା ସୁଇସାଇଡ ନୋଟ୍

ମୃତକ ଜଣକ ଏମ୍‌ଭି-୪୨ର ସୁଶାନ୍ତ ହାଲଦାର୍।

ଅଦ୍ୟତନ ହୋଇଛି
Susant Haldar

Susant Haldar

Advertisment

ମାଲକାନଗିରି ଜିଲ୍ଲା ସଦର ମହକୁମାର ଏମ୍‌ଭି-୪୨ ଗାଁ’ ରାସ୍ତା ପାର୍ଶ୍ୱ ଏକ ଗଛରୁ ଜଣେ ପୁଲିସ କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତକ ଜଣକ ଏମ୍‌ଭି-୪୨ର ସୁଶାନ୍ତ ହାଲଦାର୍। ସେ ମାଲକାନଗିରି ଜିଲ୍ଲା ପୁଲିସ ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ।

Advertisment

ସେ ହାପ୍‌ ପ୍ୟାଣ୍ଟ ଓ ବାନିୟନ ପିନ୍ଧିଥିଲେ। ବାନିୟନ ପକେଟରୁ ସୁଇସାଇଡ ନୋଟ୍ ଜବତ ହୋଇଛି। ଏହା ବଙ୍ଗାଳି ଭାଷାରେ ଲେଖାଯାଇଛି। ଏଥିରୁ ସେ ପାରିବାରିକ ଅଶାନ୍ତିରୁ ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି। ସ୍ତ୍ରୀ ଓ ପିଲାମାନଙ୍କୁ ଭଲରେ ରହିବାକୁ ସେ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିବା ସହ ସମସ୍ତଙ୍କ ନିକଟରୁ ଚାଲିଯାଉଛି ବୋଲି ଲେଖିଛନ୍ତି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ସୁଇସାଇଡ ନୋଟ୍‌ର ଅକ୍ଷରଗୁଡ଼ିକ ତାଙ୍କର କି ନୁହେଁ ତାହା ସାଇଣ୍ଟିଫିକ୍‌ ଟିମ୍ ଯାଞ୍ଚ କରୁଛି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି।

Advertisment
Suicide Suicide Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe