Advertisment

୨୦୦୦ ଟଙ୍କିଆ ନୋଟ୍‌ ଜମା କରିବାକୁ ଆସିଥିଲେ ନକ୍ସଲ, ମାଡ଼ିବସିଲେ ଯବାନ

ବିଜାପୁର ଜିଲ୍ଲାରେ ବିଭିନ୍ନ ବ୍ୟାଙ୍କରେ ଜମା କରୁଥିଲେ ଦୁଇ ନକ୍ସଲ ସମର୍ଥକ। ଦୁଇ ଲକ୍ଷରୁ ଅଧିକ ଟଙ୍କା ଜମା କରିସାରିଥିଲେ। ବାକି ଟଙ୍କା ଜମା କରୁଥିବା ବେଳେ ବ୍ୟାଙ୍କରେ ଡିଆର୍‌ଜି ଯବାନ ମାଡ଼ି ବସିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Naxal

Naxal

୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହର ନିଷ୍ପତ୍ତି ପରେ ନକ୍ସଲ ସଙ୍ଗଠନରେ ଭାଳେଣି ପଡ଼ିଛି। ପାଖରେ ଥିବା ବିପୁଳ ପରିମାଣର ନୋଟ୍‌କୁ କେମିତି ବଦଳାଇବେ, ତାକୁ ଚିନ୍ତାରେ ପଡ଼ିଗଲେଣି। ତେଣୁ ନକ୍ସଲ ନେତାମାନେ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାଧ୍ୟମ କରି ୨୦୦୦ ଟଙ୍କିଆ ନୋଟ୍‌ ବଦଳାଉଛନ୍ତି। ଆଜି ଏମିତି ଏକ ରାକେଟ୍‌ ପର୍ଦ୍ଦାଫାସ ହୋଇଛି। ଜମା ହେବାକୁ ଆସିଥିବା ୨୦୦୦ ଟଙ୍କା ନୋଟ୍‌ ପ୍ରାୟ ୬ ଲକ୍ଷ ଟଙ୍କା ଜବତ କରିଛି ଡିଆର୍‌ଜି ଯବାନ। ଏନେଇ ସୂଚନା ଦେଇଛନ୍ତି ଛତିଗଶଗଡ଼ ବିଜାପୁର ଏସ୍‌ପି ଅଞ୍ଜନେୟ ବାର୍ଣ୍ଣେୟ।

Advertisment

ଛତିଶଗଡ଼ର ନକ୍ସଲ ନେତା ମଲେସ୍‌ଠାରୁ ୮ ଲକ୍ଷ ଟଙ୍କା (୨୦୦୦ ଟଙ୍କିଆ ନୋଟ୍‌) ଧରି ବିଜାପୁର ଜିଲ୍ଲାରେ ବିଭିନ୍ନ ବ୍ୟାଙ୍କରେ ଜମା କରୁଥିଲେ ଦୁଇ ନକ୍ସଲ ସମର୍ଥକ। ଦୁଇ ଲକ୍ଷରୁ ଅଧିକ ଟଙ୍କା ଜମା କରିସାରିଥିଲେ। ବାକି ଟଙ୍କା ଜମା କରୁଥିବା ବେଳେ ବ୍ୟାଙ୍କରେ ଡିଆର୍‌ଜି ଯବାନ ମାଡ଼ି ବସିଥିଲା। ଯବାନମାନେ ଦୁଇ ନକ୍ସଲ ସମର୍ଥକଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ନଗଦ ୬ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ୍‌ ଓ ୧୧ଟି ପାସ୍‌ବୁକ ଜବତ କରିଥିଲା।

ସୂଚନାରୁ ପ୍ରକାଶ, ନକ୍ସଲମାନେ ଧମକଚମକ ଦେଇ ବଟି ଆଦାୟ କରୁଥିଲେ। ସେଥିରେ ସାଧାରଣତଃ ୨୦୦୦ ଟଙ୍କିଆ ନୋଟ୍‌ ବେଶୀ ପାଉଥିଲେ। ଆର୍‌ବିଆଇ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହର କରିଥିବାରୁ ନକ୍ସଲଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ସେମାନେ ୨୦୦୦ ଟଙ୍କିଆ ନୋଟ୍‌ ବଦଳାଇବା ପାଇଁ ଉଦ୍ୟମ କରିଥିଲେ। ସେଥିପାଇଁ ସେମାନେ ଦୁର୍ଗମଞ୍ଚଳର ଗରିବଙ୍କ ପାସ୍‌ବୁକ୍‌ ହାତେଇଥିଲେ। ପରେ ସେମାନଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କିଆ ନୋଟ୍‌ ଜମା କରୁଥିଲେ। ଥରେ ଟଙ୍କା ଜମା ହେବା ପରେ ପରବର୍ତ୍ତି ସମୟ ନକ୍ସଲମାନେ ଉଠାଇ ନେଉଥିଲେ।

Advertisment

ରିପୋର୍ଟ-ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Malkangiri Naxal