Advertisment

ଜଳ ଭଣ୍ଡାରରୁ ମାଛ ଧରି ଫେରୁଥିଲେ;ବୁଡ଼ିଗଲା ଡଙ୍ଗା,ଜଣେ ନିଖୋଜ

ଗତକାଲି ଡାଇକ-୩ ଗାଁର ହରି ସଗରିଆ, କୈଳାସ ନାୟକ ଓ କୃପା ବେନିଆ ମାଛ ଧରିବାକୁ ଚିତ୍ରକୋଣ୍ଡା ଜଳଭଣ୍ଡାର ଭିତରକୁ ଯାଇଥିଲେ।

author-image
Tapaswini Nayak
Chitrakonda reservoir

Chitrakonda reservoir

ବର୍ଷ ବର୍ଷ ଧରି ଜଳଭଣ୍ଡାରରୁ ମାଛ ଧରି ଆଣି ବିକ୍ରି କରି ତେଲଲୁଣର ସଂସାର ଚଳାଉଥିଲେ। ତେଣୁ ରାତି ପାହିଲେ ମାଛ ଧରିବା ପାଇଁ ଦେଶୀ ଡଙ୍ଗାନେଇ ଜଳ ଭଣ୍ଡାର ଭିତରକୁ ପଳାନ୍ତି। ସବୁ ଦିନ ପରି ଗତକାଲି ବି ସଅଳ ଉଠି ଚାଲି ଯାଇଥିଲେ ୩ ମତ୍ସ୍ୟଜୀବୀ। ସେମାନେ ଭାବିଥିଲେ ମାଛ ଧରି ବିକ୍ରି କରି ଘରକୁ ଫେରିବେ। ମାତ୍ର ସେମାନଙ୍କ ସବୁ ଗଣନା ଭୁଲ୍‌ ହୋଇଯାଇଥିଲା। ଜଳ ଭଣ୍ଡାରରୁ ମାଛ ଧରି କୂଳକୁ ଫେରିଲା ବେଳେ ହଠାତ ପବନ ବର୍ଷା ଆରମ୍ଭ ହୋଇଯାଇଥିଲା।

Advertisment

ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ମାଡ଼ରେ ଡଙ୍ଗାଟି ଭାରସାମ୍ୟ ହରାଇବସିଥିଲା। ପାଣି ପଶି ଡଙ୍ଗାଟି ଜଳ ଭଣ୍ଡାରରେ ବୁଡ଼ିଯାଇଥିଲା। ଦୁଇ ଜଣ ମତ୍ସ୍ୟଜୀବୀ ନିଜ ଜୀବନ ବଞ୍ଚାଇ ପହଁରି ପହଁରି କୂଳକୁ ପଳାଇଆସିଲେ। ଏବେବି ଅନ୍ୟ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ଜଳଭଣ୍ଡାରେ ଗତକାଲି ଏହି ଘଟଣା ଘଟିଛି। ନିଖୋଜ ମତ୍ସ୍ୟଜୀବୀ ଜଣଙ୍କ ହେଲେ କୃପା ବେନିଆ।

ଗତକାଲି ଡାଇକ-୩ ଗାଁର ହରି ସଗରିଆ, କୈଳାସ ନାୟକ ଓ କୃପା ବେନିଆ ମାଛ ଧରିବାକୁ ଚିତ୍ରକୋଣ୍ଡା ଜଳଭଣ୍ଡାର ଭିତରକୁ ଯାଇଥିଲେ। ମାଛ ଧରି ଫେରିଲା ବେଳେ ସିଙ୍ଗରାମ ନିକଟରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ସୁ ସୁ ହୋଇ ପବନ ବୋହିଥିଲା। ଏହାକୁ ଦେଖି ୩ ମତ୍ସ୍ୟଜୀବୀ ଡଙ୍ଗା ନେଇ ଶୀଘ୍ର ପଳାଇ ଆସୁଥିଲେ। ହେଲେ କିଛି ସମୟ ମଧ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଜୋରରେ ଆରମ୍ଭ ହୋଇଥିଲା। ଦେଶୀ ଡଙ୍ଗାରେ ପାଣି ପଶି ଯିବାରୁ ଭାରସାମ୍ୟ ହରାଇ ଜଳ ଭଣ୍ଡାରରେ ବୁଡ଼ିଯାଇଥିଲା।

Advertisment

ଦୁଇ ମତ୍ସ୍ୟଜୀବୀ ପହଁରି ପହଁରି କୂଳରେ ପହଞ୍ଚିଥିଲେ। ହେଲେ କୃପା ଏବେ ବି ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ତାଙ୍କୁ ଖୋଜାଖୋଜି କରୁଛନ୍ତି।

Malkangiri Boat Capsizes