Advertisment

କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ଘଟଣା: ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ

ପଞ୍ଜୀକୃତ କେନ୍ଦୁ ପତ୍ର ତୋଳାଳି ମାନଙ୍କ ସ୍ୱାଭାବିକ ମୃତ୍ୟୁ ପରେ ସରକାରଙ୍କ ପକ୍ଷରୁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ମିଳୁଥିଲା। ହେଲେ ଫରେଷ୍ଟର ଓ ରେଞ୍ଜର ଆଦିବାସୀଙ୍କୁ ଏହି ଟଙ୍କା ଦେବା ପାଇଁ ସେମାନଙ୍କଠାରୁ ଟଙ୍କା ନେଉଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
two officers suspended

two officers suspended

କେନ୍ଦୁପତ୍ର ବିଭାଗରେ ଚଞ୍ଚକତା କରି ଆଦିବାସୀଙ୍କ ଟଙ୍କା ହଡ଼ପ ଘଟଣାରେ କୁଡୁମୁଳଗୁମ୍ମା ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ବାଲିମେଳା ରେଞ୍ଜର ଦୁର୍ଗା ପ୍ରସାଦ ନାୟକଙ୍କୁ ନିଲମ୍ବିତ କରାଯାଇଛି। ଜୟପୁର୍ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଏହି ଦୁଇ ଜଣଙ୍କୁ ଗତକାଲି ନିଲମ୍ବିତ କରିଛନ୍ତି।

Advertisment

ପଞ୍ଜୀକୃତ କେନ୍ଦୁ ପତ୍ର ତୋଳାଳି ମାନଙ୍କ ସ୍ୱାଭାବିକ ମୃତ୍ୟୁ ପରେ ସରକାରଙ୍କ ପକ୍ଷରୁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ମିଳିଥାଏ। ହେଲେ ଫରେଷ୍ଟର ଓ ରେଞ୍ଜର ଏହି ଆଦିବାସୀଙ୍କୁ ଟଙ୍କା ଦେବା ପାଇଁ ସେମାନଙ୍କଠାରୁ କିଛି ଟଙ୍କା ନେଉଥିଲେ। ଏହାସହ କେନ୍ଦୁ ପତ୍ର ତୋଳାଳିଙ୍କୁ ହଇରାଣ କରୁଥିଲେ। ଏନେଇ ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ବନଖଣ୍ଡ ଅଧିକାରୀ ଘଟଣାର ତଦନ୍ତ କରି ଫରେଷ୍ଟର ଓ ରେଞ୍ଜରଙ୍କୁ ନିଲମ୍ବିତ କରିଛନ୍ତି।

ଏହାସହ ଏହି ଘଟଣାରେ ଅନ୍ୟ କେଉଁ ଅଧିକାରୀ ସାମିଲ ଅଛନ୍ତି କି ନାହିଁ ସେ ବାବଦରେ ଅଧିକ ତଦନ୍ତ ପାଇଁ ନବରଙ୍ଗପୁର କେନ୍ଦୁପତ୍ର ବିଭାଗକୁ ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଦାୟିତ୍ଵ ଦେଇଛନ୍ତି।

Advertisment
Malkangiri