Advertisment

କିସ୍ତି ଟଙ୍କା ଖାଇଗଲେ ୱାର୍ଡ ମେମ୍ୱର!

ଗରିବୀ ଭିତରେ ନିଜର ତେଲ ଲୁଣ ସଂସାରକୁ ନେଇ ବଞ୍ଚୁଥିଲେ ଏମ୍‌ଭି-୯୬ ଗାଁର ମହିଳା। ହେଲେ ସେହି ଅଭାବୀ ଭିତରେ ସେମାନଙ୍କୁ ଋଣ କରିଦେବାର ସ୍ୱପ୍ନ ଦେଖାଇଥିଲେ ସେହି ଗାଁର ୱାର୍ଡ ମେମ୍ୱର ନିରୁପମା ବେପାରୀ।

ଅଦ୍ୟତନ ହୋଇଛି
Malkangiri

Malkangiri

Advertisment

ବନ୍ଧୁ ପରିବର୍ତ୍ତେ ଶତ୍ରୁ ସାଜିଲେ ୱାର୍ଡ ମେମ୍ୱର! କିସ୍ତି ଟଙ୍କା ଖାଇଗଲେ। ଆଉ ଧରାପଡ଼ିବା ପରେ ଦେଖାଉଛନ୍ତି ନାଲି ଆଖି। ଶେଷରେ କିଛି ଉପାୟ ନପାଇ ତାଙ୍କ ଉପରେ ଭରସା ରଖିଥିବା ମହିଳାମାନେ ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Advertisment

ଗରିବୀ ଭିତରେ ନିଜର ତେଲ ଲୁଣ ସଂସାରକୁ ନେଇ ବଞ୍ଚୁଥିଲେ ଏମ୍‌ଭି-୯୬ ଗାଁର ମହିଳା। ହେଲେ ସେହି ଅଭାବୀ ଭିତରେ ସେମାନଙ୍କ ପାଇଁ ଋଣ ବ୍ୟବସ୍ଥା କରିଦେବାର ସ୍ୱପ୍ନ ଦେଖାଇଥିଲେ ସେହି ଗାଁର ୱାର୍ଡ ମେମ୍ୱର ନିରୁପମା ବେପାରୀ। ସେଥିପାଇଁ ସେମାନଙ୍କଠାରୁ ଆଧାର କାର୍ଡ, ଭୋଟ ପରିଚୟପତ୍ର ଓ ବ୍ୟାଙ୍କ ଖାତା ଆଦି ନେଇଥିଲେ। ସ୍ପନ୍ଦନ, ଫ୍ୟୁଜନ, ଭାରତ ଓ ଅନ୍ନପୂର୍ଣ୍ଣା ଆଦି ଫାଇନାନ୍ସ କମ୍ପାନୀଠାରୁ ସେ ସେହି ମହିଳାମାନଙ୍କ ପାଇଁ ଋଣ କରାଇ ଦେଇଥିଲେ। 

ଗାଁର ପ୍ରାୟ ୩୦ରୁ ୪୦ ଜଣ ମହିଳା ଋଣ ନେଇଥିଲେ। ପରବର୍ତ୍ତୀ ସମୟରେ ମହିଳାମାନେ ଋଣ ସୁଝିବା ପାଇଁ ପ୍ରତି ମାସର କିସ୍ତି ଟଙ୍କାକୁ ନିରୁପମାଙ୍କୁ ଦେଇଥିଲେ। କିନ୍ତୁ ନିରୁପମା ଫାଇନାନ୍ସ କମ୍ପାନୀରେ ଟଙ୍କା ଜମା କରିବା ପରିବର୍ତ୍ତେ ହଡ଼ପ କରିଥିବା ଅଭିଯୋଗ ହୋଇଛି। ପ୍ରାୟ ୧୨ରୁ ୧୩ ଲକ୍ଷ କିସ୍ତି ଟଙ୍କା ସେ ହଜମ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗାଁର ମହିଳାମାନେ କାଣିଚାଏ ଜାଣିପାରି ନଥିଲେ।

Advertisment

ପରବର୍ତ୍ତୀ ସମୟରେ ଋଣ ପରିଶୋଧ ପାଇଁ ମହିଳାଙ୍କ ପାଖକୁ ନୋଟିସ୍‌ ଆସିଥିଲା। ନୋଟିସ୍‌ ଦେଖି ମହିଳାଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ମହିଳାମାନେ ସଙ୍ଗେ ସଙ୍ଗେ ନିରୁପମାଙ୍କ ପାଖକୁ ଧାଇଁ ଯାଇଥିଲେ। କିସ୍ତି ଟଙ୍କା ବିଷୟରେ ପଚାରିଥିଲେ। ମାତ୍ର ସେ ଧରାଛୁଆଁ ଦେଇନଥିଲେ। ବରଂ ଗାଳିଦେଇ ଘରୁ ତଡ଼ି ଦେଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଋଣ ଟଙ୍କା ସୁଝା ଯାଉନଥିବାରୁ ଫାଇନାନ୍ସ କମ୍ପାନୀ ଗୁଡ଼ିକ ବାରମ୍ୱାର ନୋଟିସ୍‌ କରୁଥିଲେ। ଟଙ୍କା ଫେରାଇବା ପାଇଁ କମ୍ପାନୀର ଅଧିକାରୀମାନେ ଧମକ ଚମକ ଦେଉଥିଲେ। ସବୁଆଡୁ ନିରାଶ ହେବା ପରେ ମହିଳାମାନେ ଗୁରୁବାର ଦିନ ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଠକିଥିବା ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଜିଲ୍ଲାପାଳ ଅଭିଯୋଗ ଶୁଣି ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ମହିଳାମାନେ କହିଛନ୍ତି।

ଠକାମୀରେ ଶିକାର ହୋଇଥିବା ରେବା ସିଂ କହିଛନ୍ତି, ଟଙ୍କା ନେବା ପାଇଁ ସାରମାନେ ଆମ ଘରକୁ ଆସୁଛନ୍ତି। ମନା କଲେ ମଧ୍ୟ କିଛି ଶୁଣୁନାହାନ୍ତି। ଆମେ ବର୍ତ୍ତମାନ ସେହି ଟଙ୍କା ସୁଝିବୁ କେମିତି? ଟଙ୍କା ସୁଝିବା ପାଇଁ ମୋ’ ପାଖରେ କିଛି ଉପାୟ ନାହିଁ। ତେଣୁ ବାଧ୍ୟ ହୋଇ ଦେହ ବିକିବି ବୋଲି ସେ କହିଛନ୍ତି।

ଆଉ ଜଣେ ମହିଳା ଉଷା ସର୍କାର କହିଛନ୍ତି, ନିରୁପମା ଓ ଆଉ କିଛି ମହିଳା ମିଶି ସବୁ ଟଙ୍କା ଖାଇଗଲେ। ସୁଝୁ ନାହାନ୍ତି। ମାଗିବାକୁ ଗଲେ ଧକ୍କା ଦେଇ ବାହାର କରିଦେଉଛନ୍ତି।

ରିପୋର୍ଟ- ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Malkangiri Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe