Advertisment

ସାର୍ଟିଫିକେଟ ଦେବାକୁ ୧୦୦୦ ଟଙ୍କା ନେଉଥିଲେ ପ୍ରଧାନଶିକ୍ଷକ, ନିଲମ୍ବିତ ହେଲେ

ନବୀନ ଚନ୍ଦ୍ର ଉଚ୍ଚବିଦ୍ୟାଳୟର ୨୨ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ପାସ୍‌ କରିଛନ୍ତି।

Headmaster

Headmaster

Advertisment

‘ହଜାରେ ଟଙ୍କା ଦିଅ ସାର୍ଟିଫିକେଟ ନିଅ। ଟଙ୍କା ନଦେଲେ ସାର୍ଟିଫିକେଟ ମିଳିବନି। କାହିଁକି ନା ସାର୍ଟିଫିକେଟ ଆଣିବା ପାଇଁ ଟଙ୍କା ଖର୍ଚ୍ଚ ହେଉଛି। ଟଙ୍କା ନେଇ ଆସିଲେ ହିଁ ସାର୍ଟିଫିକେଟ ଦିଆଯିବ।’ ଏଭଳି କହି ଚଳିତ ବର୍ଷ ମାଟ୍ରିକ ପାସ୍ କରିଥିବା ପିଲାଙ୍କ ଠାରୁ ୧୦୦୦ ଟଙ୍କା ଲେଖାଏ ଆଦାୟ କରୁଥିବା ମାଲକାନଗିରି ଜିଲ୍ଲା ଗଠନପାଲ୍ଲୀ ସ୍ଥିତ ନବୀନ ଚନ୍ଦ୍ର ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଜଳନ୍ଧର ବେହେରାଙ୍କୁ ନିଲମ୍ବନ କରାଯାଇଛି।

Advertisment

ନବୀନ ଚନ୍ଦ୍ର ଉଚ୍ଚବିଦ୍ୟାଳୟର ୨୨ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ପାସ୍‌ କରିଛନ୍ତି। ଗତ ଶନିବାର ଦିନ ଏହି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ସ୍କୁଲ ଲିଭିଂ ସାର୍ଟିଫିକଟେ, କଣ୍ଡକ୍ଟ ସାର୍ଟିଫିକେଟ ଓ ବୋର୍ଡ ସାର୍ଟିଫିକେଟ ଦିଆଯାଉଥିଲା। ତେବେ ସାର୍ଟିଫିକେଟ ଦେବା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଳନ୍ଧର ବେହେରା ୮ଜଣ ଗରିବ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ଠାରୁ ୧ ହଜାର ଟଙ୍କା ଲେଖାଏ ଆଦାୟ କରିଥିଲେ। ପ୍ରଧାନଶିକ୍ଷକ ଟଙ୍କା ନେଉଥିବା ସମୟର ଦୃଶ୍ୟକୁ ଜଣେ ଛାତ୍ର ନିଜ ମୋବାଇଲରେ ଉତ୍ତୋଳନ କରି ସୋଶାଲ ମିଡିଆରେ ପୋଷ୍ଟ କରି ଦେଇଥିଲେ।

ଭିଡିଓଟି ଭାଇରାଲ ହେବା ପରେ ପ୍ରଶାସନ ପାଖରେ ଖବର ପହଞ୍ଚିଲା। ଏହା ପରେ ଘଟଣାର ତଦନ୍ତ କରି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ପ୍ରଧାନଶିକ୍ଷକ ଜଳନ୍ଧର ବେହେରାଙ୍କୁ ନିଲମ୍ବନ କରିଛନ୍ତି।

Advertisment
Headmaster
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe