Advertisment

ଆଉ ମୁଲ ଲାଗିବେନି ବଣ୍ଡା ଝିଅ କର୍ମା; ପଢ଼ା ଖର୍ଚ୍ଚ ବହନ କରିବ ଜିଲ୍ଲା ପ୍ରଶାସନ

ପ୍ରଶାସନର ପ୍ରତିଶ୍ରୁତି ପରେ କର୍ମା ଆଜି ଦିନ ମୁଜୁରିଆ କାମ କରିବାକୁ ଯାଇନାହାନ୍ତି।

ଅଦ୍ୟତନ ହୋଇଛି
Malkangiri

Malkangiri

Advertisment

ଦୂର ହେବ ଦୁଃଖ। ବଦଳିବ ଭାଗ୍ୟ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବଣ୍ଡା ଝିଅ କର୍ମା ମୁଦୁଲ ପାଠ ପଢ଼ି ନିଜ ସ୍ୱପ୍ନ ପୂରଣ କରିବେ। ନିଜ ପାଠ ପଢ଼ା ପାଇଁ ଆଉ ମୁଲ ଲାଗିବେନି କର୍ମା। କର୍ମାଙ୍କର ପାଠପଢ଼ା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ ଜିଲ୍ଲା ପ୍ରଶାସନ।

Advertisment

ମାଲାକାନଗିରିର ବାଣିଜ୍ୟ ଟପ୍ପର ଛାତ୍ରୀ କର୍ମା ମୁଦୁଲ ଦିନ ମଜୁରିଆ କାମ କରୁଥିବା ଖବର ପ୍ରସାରଣ  ହେବା ପରେ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି।  ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଆଜି ୩୦ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଜିଲ୍ଲାପାଳ। ଏହା ସହିତ କର୍ମାଙ୍କୁ ଖୁବଶୀଘ୍ର ଏକ ଲାପଟପ୍ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। 

ଗତକାଲି ମଧ୍ୟ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଏକ ଟିମ୍ କର୍ମାଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ। ଏହାସହ ତାଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଉଚ୍ଚ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ କର୍ମାଙ୍କୁ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।  ପ୍ରଶାସନର ପ୍ରତିଶ୍ରୁତି ପରେ କର୍ମା ଆଜି ଦିନ ମୁଜୁରିଆ କାମ କରିବାକୁ ଯାଇନାହାନ୍ତି।

Advertisment

ମାଲକାନଗିରି ବଣ୍ଡାଘାଟିର ଝିଅ କର୍ମା ନିଜ ପରିଶ୍ରମ ବଳରେ ସେ ହୋଇ ପାରିଥିଲେ ଜିଲ୍ଲା ଟପ୍ପର। ପରେ ସେ ମୟ ଚେରିଟେବୁଲ ଟ୍ରଷ୍ଟ ସହାୟତାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇଥିଲେ। ପାଠପଢ଼ା ପାଇଁ ଆର୍ଥିକ ସମସ୍ୟା ଯୋଗୁ ଦିନ ମଜୁରିଆ ଭାବେ କାମ କରିବାକୁ ବାଧ୍ୟ ହୋଇଥିଲେ କର୍ମା। କଲେଜ ଛୁଟିରେ ଗାଁକୁ ଯାଇ ଏକ ଠିକ ସଂସ୍ଥାରେ କାମ କରୁଥିଲେ। ୪୦ ଡିଗ୍ରୀ ତାପମାତ୍ରାରେ ମିକ୍ସରରେ ସିମେଣ୍ଟ, ବାଲି ଓ ଚିପ୍ସ ମିସ୍ତ୍ରୀଙ୍କୁ ଯୋଗାଉଥିଲେ। ସେଥିପାଇଁ ତାଙ୍କୁ ପ୍ରତିଦିନ ମଜୁରୀ ବାବଦକୁ ତାଙ୍କୁ ୨୧୦ ଟଙ୍କା ମିଳୁଥିଲା। ଏହି ଟଙ୍କା ସେ ଦ୍ୱିତୀୟ ସେମିଷ୍ଟାର ଫି ଦେବା ପାଇଁ ସଞ୍ଚୟ କରି ରଖୁଥିଲେ। ୧୭ ତାରିଖରେ କଲେଜ ଖୋଲିଲେ ସଞ୍ଚିତ ଟଙ୍କାକୁ କଲେଜରେ ଡିପୋଜିଟ୍‌ କରିଥାନ୍ତେ। କର୍ମାଙ୍କ ବିଷୟରେ ଖବର ପ୍ରସାରଣ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଠପଢ଼ା ପାଇଁ ସମସ୍ତ ସହାୟତା ଦିଆଯିବ ପ୍ରତିଶ୍ରୁତି ଦିଆଯାଇଛି।

ସୂଚନାରୁ ପ୍ରକାଶ, କର୍ମା ହେଉଛନ୍ତି ଗୁଡ଼ା ମୁଦୁଲିଙ୍କ ବଡ଼ ମଝିଆଁ ଝିଅ। ୪ ଭାଇ ଓ ଭଉଣୀଙ୍କ ଭିତରେ କର୍ମା ଏକା ପାଠ ପଢ଼ୁଛନ୍ତି। ଅନ୍ୟ ସମସ୍ତେ ମୂଲ ମଜୁରୀ ଲାଗୁଛନ୍ତି। ସେଥିରେ ଚଳୁଛି ପୂରା ପରିବାର। ଏପରି ସ୍ଥିତିରେ ଆଇଏଏସ୍‌ ହେବା ପାଇଁ ରାଜଧାନୀରେ ସଂଘର୍ଷ କରୁଛନ୍ତି କର୍ମା।

ରିପୋର୍ଟ-ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe