Advertisment

ବାଇକ୍‌ରେ ଚାଲାଣ ହେଉଥିଲା କଲରାପତରିଆ ବାଘ ଚମଡ଼ା, ବାନ୍ଧିଲା ବନ ବିଭାଗ

ଏକ କଲରାପତରିଆ ବାଘ ଚମଡ଼ାକୁ ବିକ୍ରି କରିବାକୁ ନେଉଥିବା ୩ ଜଣଙ୍କୁ ବାନ୍ଧିଲା ବନ ବିଭାଗ ।

author-image
Niharika Rout
leopard-skin-recovered

leopard-skin-recovered

ବାଇକ୍‌ରେ ନେଇ ଯାଉଥିଲେ କଲରାପତରିଆ ବାଘ ଚମଡ଼ା । ହେଲେ ବିକ୍ରି କରିବା ପୂର୍ବରୁ ମାଡ଼ି ବସିଲା ବନ ବିଭାଗ । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଥିବା ବେଳେ ବାଘ ଛାଲ ନେଉଥିବା ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ।

Advertisment

ଗତକାଲି ୩ ଜଣ ଏକ କଲରାପତରିଆ ବାଘ ଚମଡ଼ା ବିକ୍ରି ପାଇଁ ନେଉଥିବା ସୂଚନା ପାଇଥିଲା ବନ ବିଭାଗ । ଏହାପରେ ଶିକାରୀଙ୍କୁ ଗିରଫ ପାଇଁ ଜାଲ ବିଛାଇବା ସହ ବାଘ ଛାଲ ଜବତ ପାଇଁ ବି ଯୋଜନା କରିଥିଲା ।

ଶିକାରୀମାନେ ବାଇକ୍‌ରେ ବାଘ ଚମଡ଼ା ଧରି ଯାଉଥିବା ବେଳେ ମୋଟୁ ଥାନା ପୋଟେରୁ କେନାଲ ନିକଟରେ ସେମାନଙ୍କୁ ମାଡ଼ି ବସିଲେ ବନ କର୍ମଚାରୀ। ଗିରଫ ୩ ଜଣ ମୋଟୁ ଥାନା ମଙ୍ଗୀପଲ୍ଲୀ ଅଞ୍ଚଳର ବୋଲି ଜଣାପଡ଼ିଛି । ଉକ୍ତ ଚମଡ଼ାଟି ୩ ବର୍ଷୀୟ ଏକ ବାଘର ବୋଲି ଜଣାପଡ଼ିଛି। ପୁଲିସ୍‌ ୩ ଶିକାରୀଙ୍କୁ ଗିରଫ କରିଥିବା ବେଳେ ସେମାନେ ବାଘ ଚମଡ଼ା ବିକ୍ରି ପାଇଁ କେଉଁଆଡ଼େ ନେଉଥିଲେ ତାହା ଜଣାପଡ଼ିନି।

Advertisment