Advertisment

ଭଲ ପାଉଥିଲେ ବୋଲି, ଏକସଙ୍ଗେ ଛାଡ଼ିଦେଲେ ଦୁନିଆ

ସେମାନଙ୍କ ପ୍ରେମରେ ଛଳନା ନ ଥିଲା କି ନ ଥିଲା କପଟତା। ଉଭୟଙ୍କ ପରିବାର ଲୋକେ କିନ୍ତୁ ଏହାକୁ ବୁଝି ପାରି ନ ଥିଲେ।

ଅଦ୍ୟତନ ହୋଇଛି
Affection

Affection

Advertisment

ଦୁହେଁ ପରସ୍ପରକୁ ଜୀବନଠୁ ଅଧିକ ଭଲ ପାଉଥିଲେ । କେହି କାହାକୁ ଦଣ୍ଡେ ବି ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। ସେମାନଙ୍କ ପ୍ରେମରେ ଛଳନା ନ ଥିଲା କି ନ ଥିଲା କପଟତା। ଉଭୟଙ୍କ ପରିବାର ଲୋକେ କିନ୍ତୁ ଏହାକୁ ବୁଝି ପାରି ନ ଥିଲେ। ସେମାନେ ଝିଅର ବିବାହ ଅନ୍ୟତ୍ର ସ୍ଥିର କରି ଦେଇଥିଲେ।  ପରସ୍ପରଠୁ ଅଲଗା ହୋଇ ବଞ୍ଚିବାଠୁ ମରିବା ଅଧିକ ଭଲ ବୋଲି ଭାବି ଝୁଲି ପଡ଼ିଲେ ପ୍ରେମୀ ଯୁଗଳ।

Advertisment

ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ତାମସା ଗାଁ ନିକଟ ଜଙ୍ଗଲରେ ଘଟିଛି। ମୃତକଦ୍ୱୟ ହେଲେ ନବୀନ ମାଡକାମୀ ଓ ନନ୍ଦେ ମାଡକାମୀ ।

ଦୀର୍ଘ ଦିନ ହେବ ନବୀନ ଓ ନନ୍ଦେଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ବେଳେ ଉଭୟଙ୍କ ପରିବାର ଲୋକେ କିନ୍ତୁ ଏଥିରେ ରାଜି ନ ଥିଲେ। ନନ୍ଦେଙ୍କ ପରିବାର ଲୋକେ ଅନ୍ୟତ୍ର ତାଙ୍କ ବିବାହ ସ୍ଥିର କରି ଦେଇଥିଲେ। ବୁଧବାର ପଡ଼ିଥାନ୍ତା ହାତଗଣ୍ଠି। ମାତ୍ର ପରସ୍ପରଠୁ ଦୂରେଇ ଯିବା ଘଟଣାକୁ ବରଦାସ୍ତ କରିବା ମୁଡରେ ନ ଥିଲେ ନବୀନ ଓ ନନ୍ଦେ । ଏକସଙ୍ଗ ବଞ୍ଚି ନ ପାରିଲେ, ମରି ପାରିବା ଭାବି ଭୟ ଘର ଛାଡ଼ିଥିଲେ।

Advertisment

ପରିବାର ଲୋକେ ଉଭୟଙ୍କୁ ବହୁ ଖୋଜାଖୋଜି କରିବା ପରେ ଆଜି ଜଙ୍ଗଲର ଏକ ଗଛରେ ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ପହଞ୍ଚି ଉଭୟଙ୍କ ମୃତଦେହକୁ ଚିହ୍ନଟ କରିଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହଦ୍ୱୟକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରାଥମିକ ଅନୁସନ୍ଧାନରୁ ପ୍ରାୟ ୨,୩ ଦିନ ହେବ ଉଭୟଙ୍କ ମୃତ୍ୟୁ ହୋଇ ସାରିଥିବା ପୁଲିସ୍‌ ଅନୁମାନ କରୁଛି।

ରାତି ପାହିଲେ ଝିଅ ବାହା ହୋଇ ଶାଶୁ ଘରକୁ ଯାଇଥାନ୍ତି । ନୂଆ ସଂସାର ଗଢ଼ିଥାନ୍ତା। ଏଥିନିମନ୍ତେ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ବି ଲାଗି ସାରିଥିଲା। ମାତ୍ର ହଠାତ୍‌ ଝିଅ ନିଖୋଜ ହେବା ଓ ପରେ ତା’ ମୃତଦେହ ମିଳିବା ଘଟଣାକୁ ନନ୍ଦେଙ୍କ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି।

Lover Dead Love Story Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe