ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ଲାଲବାହିନୀର ବର୍ବରକାଣ୍ଡ। ଦୁଇ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଗାଁ ମୁଣ୍ଡରେ ପକାଇ ଦେଲେ ନକ୍ସଲ। ମୃତକ ହେଲେ ତାଡ଼ମେଟାଲାର ନାଏବ ସରପଞ୍ଚ ମାଣ୍ଡବୀ ଗଙ୍ଗା ଓ ଅନ୍ୟ ଜଣେ ଗ୍ରାମବାସୀ।
ପ୍ରାୟ ୧୦ ଦିନ ତଳେ ନାଏବ ସରପଞ୍ଚ ସମେତ ୧୫ ଜଣ ଗ୍ରାମବାସୀଙ୍କୁ ନକ୍ସଲମାନେ ଅପହରଣ କରି ନେଇଥିଲେ। ନକ୍ସଲମାନେ ପ୍ରଜାକୋର୍ଟ ସମସ୍ତଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଗତକାଲି ନାଏବ ସରପଞ୍ଚ ଓ ଗ୍ରାମବାସୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲ ମାନେ ଏପରି କାଣ୍ଡ ଭିଆଇ ଥିବା ଜଣାପଡ଼ିଛି। ମୃତଦେହ ନିକଟରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ପୋଷ୍ଟର ପଡ଼ିଛି। ପୋଷ୍ଟରରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି।
ପୁଲିସ ହତ୍ୟାକାଣ୍ଡ ପରେ ସର୍ଚ୍ଚ ଅପରେସନ ଜୋରଦାର କରିଛି ଓ ଅନ୍ୟ ଲୋକମାନଙ୍କୁ କିପରି ନକ୍ସଲମାନଙ୍କ କବଳରୁ ମୁକଳେଇ ସେ ନେଇ ଯୋଜନା ପ୍ରସ୍ତୁତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।