Advertisment

ନକ୍ସଲଙ୍କ ବର୍ବରକାଣ୍ଡ, ନାଏବ ସରପଞ୍ଚ ସମେତ ଦୁଇ ଜଣଙ୍କୁ ହତ୍ୟା

ପ୍ରାୟ ୧୦ ଦିନ ତଳେ ନାଏବ ସରପଞ୍ଚ ସମେତ ୧୫ ଜଣ ଗ୍ରାମବାସୀଙ୍କୁ ନକ୍ସଲମାନେ ଅପହରଣ କରି ନେଇଥିଲେ।

Naxal

Naxal

Advertisment

ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ଲାଲବାହିନୀର ବର୍ବରକାଣ୍ଡ। ଦୁଇ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଗାଁ ମୁଣ୍ଡରେ ପକାଇ ଦେଲେ ନକ୍ସଲ। ମୃତକ ହେଲେ ତାଡ଼ମେଟାଲାର ନାଏବ ସରପଞ୍ଚ ମାଣ୍ଡବୀ ଗଙ୍ଗା ଓ ଅନ୍ୟ ଜଣେ ଗ୍ରାମବାସୀ।

Advertisment

ପ୍ରାୟ ୧୦ ଦିନ ତଳେ ନାଏବ ସରପଞ୍ଚ ସମେତ ୧୫ ଜଣ ଗ୍ରାମବାସୀଙ୍କୁ ନକ୍ସଲମାନେ ଅପହରଣ କରି ନେଇଥିଲେ। ନକ୍ସଲମାନେ ପ୍ରଜାକୋର୍ଟ ସମସ୍ତଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଗତକାଲି ନାଏବ ସରପଞ୍ଚ ଓ ଗ୍ରାମବାସୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲ ମାନେ ଏପରି କାଣ୍ଡ ଭିଆଇ ଥିବା ଜଣାପଡ଼ିଛି। ମୃତଦେହ ନିକଟରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ପୋଷ୍ଟର ପଡ଼ିଛି। ପୋଷ୍ଟରରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି।

ପୁଲିସ ହତ୍ୟାକାଣ୍ଡ ପରେ ସର୍ଚ୍ଚ ଅପରେସନ ଜୋରଦାର କରିଛି ଓ ଅନ୍ୟ ଲୋକମାନଙ୍କୁ କିପରି ନକ୍ସଲମାନଙ୍କ କବଳରୁ ମୁକଳେଇ ସେ ନେଇ ଯୋଜନା ପ୍ରସ୍ତୁତ କରୁଛି।

Advertisment
Malkangiri Murder Naxal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe