Advertisment

ଯବାନଙ୍କୁ ଉଡ଼ାଇବାକୁ ନକ୍ସଲ ରଚିଥିଲେ ଭୟଙ୍କର ଷଡଯନ୍ତ୍ର, ହେଲେ ...

ଯବାନମାନେ ଚାଲି ଚାଲି ଯାଉଥିବା ସମୟରେ ବିସ୍ଫୋରଣ ହୋଇଥାନ୍ତା। ମାତ୍ର ଏହା ପୂର୍ବରୁ ସୁରକ୍ଷା କର୍ମୀ ରାସ୍ତାଠୁ ୫୦ ମିଟର ଦୂର ଫୁଟପାଥରୁ ୫ କେଜି ବିସ୍ଫୋରକ ଆଇଡି ଜବତ କରିଥିଲେ।

ଅଦ୍ୟତନ ହୋଇଛି
Ied explosion

Ied explosion

Advertisment

ଯବାନଙ୍କୁ ଉଡ଼ାଇବାକୁ ନକ୍ସଲ ବିଛାଇଥିଲେ ଜାଲ । ରଚିଥିଲେ ଭୟଙ୍କର ଷଡଯନ୍ତ୍ର । ଯବାନମାନେ ସର୍ଚ୍ଚ ଅପରେସନରେ ଯିବା ସମୟରେ ସେମାନଙ୍କ ଚିହ୍ନବର୍ଣ୍ଣ ହଟାଇ ଦେବାକୁ ରାସ୍ତାରେ ବିଛାଇଥିଲେ ୫ କେଜି ବିସ୍ଫୋରକ । ହେଲେ ସୁରକ୍ଷା ବାହିନୀ ଦ୍ୱାରା ଯାଞ୍ଚ ସମୟରେ ମିଳିଥିଲା ସେହି ବିସ୍ଫୋରକ। ତା’ପରେ ସେହି ବିସ୍ଫୋରକକୁ ନିଷ୍କ୍ରିୟ କରି ଦିଆଯାଇଥିଲା। ଫଳରେ ଏକ ନିଶ୍ଚିତ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଯବାନମାନେ। ଛତିଶଗଡ଼ର ବିଜାପୁର ଜିଲ୍ଲା ଆୱାପାଲୀ-ଉସୋର ରାସ୍ତାରେ ଗତକାଲି ଘଟିଛି ଏପରି ଘଟଣା।

Advertisment

ସିଆରପିଏଫ-୧୯୬ ସୀତାପୁର କ୍ୟାମ୍ପର ଯବାନମାନେ ପ୍ରାୟତଃ ଆୱାପାଲୀ-ଉସୋର ରାସ୍ତାରେ ସର୍ଚ୍ଚ ଅପରେସନ ନିମନ୍ତେ ଚାଲି ଚାଲି ଯାଇଥାନ୍ତି। ତେଣୁ ନକ୍ସଲମାନେ ସେମାନଙ୍କୁ ଟାର୍ଗେଟ କରି ରାସ୍ତାରେ ଆଇଡି ବିଛାଇ ଦେଇଥିଲେ। ଯବାନମାନେ ଚାଲି ଚାଲି ଯିବା ସମୟରେ ବିସ୍ଫୋରଣ ହୋଇଥାନ୍ତା। ମାତ୍ର ଏହା ପୂର୍ବରୁ ସୁରକ୍ଷା କର୍ମୀ ରାସ୍ତାଠୁ ୫୦ ମିଟର ଦୂର ଫୁଟପାଥରୁ ୫ କେଜି ବିସ୍ଫୋରକ ଆଇଡି ଜବତ କରିଥିଲେ। ଏହାପରେ ବିଜାପୁର ବିଡିଏର ଟିମ୍ ଦ୍ୱାରା ଘଟଣାସ୍ଥଳରେ ଉକ୍ତ ବିସ୍ଫୋରକକୁ ନିଷ୍କ୍ରିୟ କରାଯାଇଥିଲା।

Chhatisgarh Naxal Malkangiri Mao Attack CRPF Army
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe