Advertisment

ରାସ୍ତା କାମରେ ନିୟୋଜିତ ଜେସିବି ଜାଳିଦେଲେ ନକ୍ସଲ

ଛତିଶଗଡ଼ର କାଙ୍କେର ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ।

author-image
Niranjan Mishra
Naxals set vehicles on fire

Naxals set vehicles on fire

ଛତିଶଗଡ଼ର କାଙ୍କେର ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ପିଣ୍ଡି ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ୨ଟି ଜେସିବି ଏବଂ ଗୋଟିଏ ମିକ୍ସସର ମେସିନ ଜାଲିଦେଇଛନ୍ତି ମାଓବାଦୀ।

Advertisment

ଏହି ଘଟଣାରେ ୨୦ରୁ ଅଧିକ ମହିଳା ମାଓବାଦୀ ସାମିଲ ଥିବା ଜଣାପଡିଛି। ସମସ୍ତ ଗାଡିଗୁଡିକ ଜାଳିବା ପୂର୍ବରୁ ମାଓବାଦୀମାନେ ଘଟଣାସ୍ଥଳରେ ଥିବା କର୍ମଚାରୀଙ୍କ ଠାରୁ ମୋବାଇଲ ଛଡ଼ାଇ ନେବା ସହ ସେମାନଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ।

ଦିନକ ପୂର୍ବରୁ ବିଏସ୍‌ଏଫ୍ ଯବାନ ଏହି ଅଞ୍ଚଳରେ ଜନସମ୍ପର୍କ ଶିବିର କରିଥିଲେ। ତେଣୁ ବିଏସ୍‌ଏଏଫ୍‌କୁ ମାଓବାଦୀ ଟାର୍ଗେଟ କରୁଥିବା ଅନୁମାନ କରି ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ବିଏସ୍‌ଏଫ୍, ଏସ୍‌ଟିଏଫ୍ ଏବଂ ଡିଆରଜି ଯବାନ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

Advertisment
Naxal Activities