most wanted naxalite Ranju khila
ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ଦୁର୍ଦ୍ଦାନ୍ତ ମାଓବାଦୀ ରଞ୍ଜୁ ଖିଲ ଓରଫ ଚାଣ୍ଟିକୁ ଗିରଫ କଲା ଏନଆଇଏ। ୨୦୧୨ ମସିହା ଜୁଲାଇ ମାସରେ ୪ ବିଏସଏଫ ଯବାନଙ୍କ ଉପରେ ଆକ୍ରମଣ ଓ ହତ୍ୟା ଘଟଣାରେ ସାମିଲ ଥିଲା ଚାଣ୍ଟି। ଏନଆଇଏ ଏନେଇ ମାମଲା ରୁଜୁ କରିବା ସହ ଚାଣ୍ଟିକୁ ଖୋଜୁଥିଲା।
Advertisment
ଆଜି ଏନଆଇଏ ଏକ ଟିମ ସ୍ୱାଭିମାନ ଅଂଚଳରେ ଚଢ଼ାଉ କରି ଚାଣ୍ଟିକୁ ଗିରଫ କରିଛି। ଓଡିଶା ପୁଲିସ ସହାୟତାରେ ଏନ୍ଆଇଏ ଏହି ଗିରଫଦାରୀ କରିଛି।
ଚାଣ୍ଟିକୁ ଧରାଇଦେବା ପାଇଁ ଏନ୍ଆଇଏ ପକ୍ଷରୁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ପୂର୍ବରୁ ମଧ୍ୟ ମାଲକାନଗିରି ପୁଲିସ ଚାଣ୍ଟିକୁ ନକ୍ସଲ ଆକ୍ରମଣ ମାମଲାରେ ଗିରଫ କରିଥିଲା। ଏବେ ସେ ବେଲରେ ଥିଲା। କିଛିଦିନ ତଳେ ଏନଆଇଏ ପକ୍ଷରୁ ଚାଣ୍ଟି ସହ ୪ ଜଣ ମାଓବାଦୀଙ୍କୁ ଧରାଇଦେବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
