Advertisment

ଟପ୍ କ୍ୟାଡର ନକ୍ସଲ ଚାଣ୍ଟିକୁ ବାନ୍ଧିଲା ଏନ୍ଆଇଏ

କିଛିଦିନ ତଳେ ଏନଆଇଏ ପକ୍ଷରୁ ଚାଣ୍ଟି ସମେତ ୪ଟପ୍ କ୍ୟାଡର ନକ୍ସଲଙ୍କ ନାଁରେ ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଥିଲା।

author-image
Tapaswini Nayak
naxal

naxal

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ଦୁ଼ର୍ଦ୍ଦାନ୍ତ ନକ୍ସଲ ରଞ୍ଜୁ ଖିଲ ଓରଫ ଚାଣ୍ଟିକୁ ଗିରଫ କରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି ବା ଏନ୍ଆଇଏ। ଗତକାଲି ସ୍ୱାଭିମାନ ଅଞ୍ଚଳରୁ ଓଡ଼ିଶା ପୁଲିସ ସହାୟତାରେ ଗିରଫ କରିଛି ଏନଆଇଏ। ଚାଣ୍ଟି ନାଁରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ପୂର୍ବରୁ ବି ମାଲକାନଗିରି ପୁଲିସ ଚାଣ୍ଟିକୁ ଗିରଫ କରିଥିଲା। ସେ ଜାମିନରେ ଥିଲା।

Advertisment

୨୦୧୨ ମସିହା ଜୁଲାଇ ମାସରେ ବିଏସ୍ଏଫ ଯବାନଙ୍କ ଉପରେ ନକ୍ସଲମାନେ ଆକ୍ରମଣ କରିଥିଲେ। ଏଥିରେ ୪ ଜଣ ଯବାନ ସହିଦ ହୋଇଥିଲେ। ଏହି ଘଟଣାରେ ସାମିଲ ଥିଲା ଚାଣ୍ଟି। ତା’ ନାଁରେ ମାମଲା ରୁଜୁ କରି ତାକୁ ଖୋଜୁଥିଲା ଏନଆଇଏ। 

କିଛିଦିନ ତଳେ ଏନଆଇଏ ପକ୍ଷରୁ ଚାଣ୍ଟି ସମେତ ୪ଟପ୍ କ୍ୟାଡର ନକ୍ସଲଙ୍କ ନାଁରେ ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଥିଲା। କୋରାପୁଟ ବସଷ୍ଟାଣ୍ଡରେ ୪ଜଣ ଟପ୍ କ୍ୟାଡର ନକ୍ସଲଙ୍କ ପୋଷ୍ଟର ଦେଖିବାକୁ ମିଳିଥିଲା। ସେମାନଙ୍କୁ ଧରାଇଦେଲେ ବା ସେମାନଙ୍କ ବିଷୟରେ ସୂଚନା ଦେଲେ ମୁଣ୍ଡପିଛା ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଥିଲା।

Advertisment
Naxal Dead