ମୃତ ଛାତ୍ରୀ Photograph: (OR)
କିଛି ଦିନ ତଳେ ଟାବଲେଟ୍ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଜଣେ ବିଏସ୍ସି ନର୍ସିଂ ଛାତ୍ରୀ। ସେଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ। ହେଲେ ଆଜି ସେ ଝୁଲି ପଡ଼ିଲେ। ଏଭଳି ଏକ ଘଟଣା ଘଟିଛି ମାଲକାନଗିରି ଥାନା ଏମ୍ଭି-୩୬ରେ।
ମୃତ ଛାତ୍ରୀଙ୍କ ନାଁ ଅଙ୍କିତା ବିଶ୍ୱାସ। ତାଙ୍କୁ ୨୧ ବର୍ଷ ହୋଇଥିଲା। ଏକ ଘରୋଇ କଲେଜରେ ସେ ବିଏସ୍ସି ନର୍ସିଂ କରୁଥିଲେ ଓ ହଷ୍ଟେଲରେ ରହୁଥିଲେ। ଅଭିଯୋଗ ଅନୁଯାୟୀ, ଜଣେ ଯୁବକଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଥିଲା। ଯୁବକ ଜଣଙ୍କ ତାଙ୍କୁ ବାହା ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କୌଣସି କାରଣରୁ ଯୁବକ ଜଣଙ୍କ ଦେଇଥିବା ପ୍ରତିଶ୍ରୁତିରୁ ଓହରି ଯାଇଥିଲେ। ତେଣୁ ପ୍ରତାରିତ ହୋଇଥିବା ଅନୁଭବ କରି ଅଙ୍କିତା ଏଭଳି ଏକ ପଦକ୍ଷେପ ନେଇଛନ୍ତି।
ଗତକାଲି ଡାକ୍ତରଖାନାରୁ ଫେରିଥିବା ଅଙ୍କିତା ଆଜି ଘରେ ବେକରେ ଫାଶୀ ଲଗାଇ ଝୁଲିପଡ଼ିଥିଲେ। ତାଙ୍କ ବାପା ଏହା ଦେଖି ପାରିଥିଲେ। ସେ ତୁରନ୍ତ ଅଙ୍କିତାଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେତେବେଳକୁ ଅଙ୍କିତାଙ୍କର ମୃତ୍ୟୁ ହୋଇସାରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତ ଛାତ୍ରୀଙ୍କ ବାପା କହିଛନ୍ତି, ଝିଅ ସୁଜୟ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲା। ସେମାନେ ଫୋନ୍ରେ କଥାବାର୍ତ୍ତା ହେଉଥିଲେ। ସେ ପୁଅର ପରିବାର ଲୋକେ ବି ମୋ ଝିଅ ସହିତ ଫୋନ୍ରେ କଥା ହେଉଥିଲେ। ଏହା ଜାଣିବା ପରେ ମୁଁ ସେ ପୁଅ ଓ ତାଙ୍କ ବାପାଙ୍କ ସହିତ କଥା ହୋଇଥିଲି। ସେମାନେ ମୋ ଝିଅକୁ ତାଙ୍କ ଘରକୁ ବୋହୂ କରି ନେବେ ବୋଲି କହିଥିଲେ। କିନ୍ତୁ କ’ଣ ହେଲା କେଜାଣି ସେ ପୁଅ ଆଉ ଝିଅକୁ ଫୋନ୍ କଲା ନାହିଁ କି ତା’ ଫୋନ୍ ଉଠାଇଲା ନାହିଁ। ଝିଅ ମନକଷ୍ଟ କରିବାରୁ ମୁଁ ତାକୁ ହଷ୍ଟେଲରୁ ଘରକୁ ନେଇଥିଲି। କିନ୍ତୁ ପୁଅ ଫୋନ୍ ନଉଠାଇବାରୁ କିଛି ଦିନ ତଳେ ଝିଅ ତାଙ୍କୁ ଭେଟିଥିଲା ଓ ତାଙ୍କ ସମ୍ମୁଖରେ ଏକାଥରକେ ୨୦ଟି ଟାବଲେଟ୍ ଖାଇଦେଇଥିଲା। ସେ ପୁଅ ଓ ତା’ର ଜଣେ ସାଙ୍ଗ ଝିଅକୁ ଆଣି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗତକାଲି ମୁଁ ତାକୁ ଏଠାରୁ ଘରକୁ ନେଇଥିଲି। ଆଜି ଆମେ ଝିଅକୁ ନେଇ ସୁଜୟ ଘରକୁ ଯିବାର ଥିଲା। କିନ୍ତୁ ତା’ ପୂର୍ବରୁ ଝିଅ ଝୁଲି ପଡ଼ିଥିଲା। ସେ ପୁଅ ପାଇଁ ମୋ ଝିଅ ମରିଛି। ସେ ପୁଅକୁ ଫାଶୀ ଦିଆଯାଉ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/09/25/dead-body-2025-09-25-19-25-20.jpg)