ମାଲକାନଗିରି ଜିଲ୍ଲା ସୀମାନ୍ତ ଟିଟିବିରି ନିକଟରେ ଗତକାଲି ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଆହତ ମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ଛତିଶଗଡକୁ ସଂଯୋଗ କରୁଥିବା ଟିଟିବିରି ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ପୁଲିସ ଓ ସ୍ଥାନୀୟ ଲୋକେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି।
ପୁଲିସ ୨ଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ଗାଡ଼ି ଦୁଇଟି ଭାଙ୍ଗିରୁଜି ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଯିଏ ଯେମିତି ପାରିଲେ ଲକ୍ଷ୍ମୀ ବସରେ ପଶିଲେ
ବସିବାକୁ ସିଟ୍ ପାଇଁ ଲୋକଙ୍କ ଭିତରେ ହୋଇଥିଲା ଧାଁ ଦୌଡ଼। କିଏ ବସ୍ର ପ୍ରବେଶ ପଥରେ ଚଢ଼ୁଥିଲା ତ ଆଉ କିଏ ଝରକା କାଚ୍କୁ ସାଇଡ୍ କରି ଚଢ଼ି ଯାଉଥିଲା।
Crime
ଗୋଡ଼ାଉ ଥିଲା ପୁଲିସ୍, ପିକ୍ଅପ୍ରୁ ଗଞ୍ଜେଇ ବସ୍ତା ଫୋପାଡ଼ୁଥିଲେ ମାଫିଆ
ଓଡ଼ିଶା ଓ ଆନ୍ଧ୍ର ସୀମାରୁ ପୁଲିସ୍ ପିକ୍ଅପ୍ ଗାଡ଼ିଟିକୁ ପାଇଥିଲା। ସେ ସ୍ଥାନରେ ଏକ ଟ୍ରକ୍ ମଧ୍ୟ ଥିଲା।
Crime
ଭାଇକୁ ଭାଇର ଆକ୍ରମଣ, ଶରୀରରେ ପଶିଛି ୪ଟି ତୀର
ଆହତ ବ୍ୟକ୍ତିଙ୍କ ନାଁ ବେଟି ବୋଜି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Miscellaneous
ଭାରତ ବନ୍ଦ ଡାକରାର ପ୍ରଭାବ
ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଦିଆଯାଇଛି ଭାରତ ବନ୍ଦ ଡାକରା । ଆଦିବାସୀଙ୍କ ଉପରେ ଅତ୍ୟାଚାର ହେଉଥିବା ଅଭିଯୋଗ ନେଇ ବନ୍ଦ ଡାକରା ଦିଆଯାଇଛି ।