Advertisment

ମାଲକାନଗିରି ସୀମାନ୍ତରେ ଦୁଇ ପଡ଼ୋଶୀ ରାଜ୍ୟର ନକ୍ସଲ ଦମନ ଅପରେଶନ, ୪ ନକ୍ସଲ ସଫା

ମାଲକାନଗିରି ସୀମାନ୍ତରେ ଦୁଇ ପଡ଼ିଶୀ ରାଜ୍ୟର ନକ୍ସଲ ଦମନ ଅପରେଶନର ୪ ନକ୍ସଲ ସଫା।

author-image
Niranjan Mishra
ଅଦ୍ୟତନ ହୋଇଛି
2 Maoists killed in encounter

2 Maoists killed in encounter

ମାଲକାନଗିରି ଜିଲ୍ଲା ସୀମାନ୍ତକୁ ଲାଗି ଦୁଇ ପଡ଼ିଶୀ ରାଜ୍ୟ ଚଲାଇଥିବା ନକ୍ସଲ ଦମନ ଅପରେଶନର ଆଜି ୪ ନକ୍ସଲ ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି।

Advertisment

ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ବଦ୍ରାଦି କୋଠାଗୁଡେମ୍ ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ଦୁଇ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି। ତେବେ ସେମାନଙ୍କ ପରିଚୟ ମିଳିନାହିଁ।

ପୁଟ୍ଟାପଡୁ ଜଙ୍ଗଲରେ ନକ୍ସଲମାନେ ଡେରା ପକାଇଥିବା ସୂଚନା ପାଇ ସଶସ୍ତ୍ର ପୁଲିସ୍ ଟିମ୍ ଚଢ଼ଉ କରିଥିଲା। ଦୀର୍ଘ ସମୟ ଧରି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

Advertisment
2 Maoists killed in encounterତେଲେଙ୍ଗାନାରେ ଜଙ୍ଗଲରେ ମୃତ ଦୁଇ ମାଓବାଦୀ

ପୁଲିସ୍ ଗୁଳିର ସାମ୍ନା କରିନପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ପରେ ପୁଲିସ ସର୍ଚ୍ଚ ଅପରେସନ କରିବା ବେଳେ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତଦେହ ମିଳିଥିଲା।

ଏହାଛଡ଼ା ମାଓବାଦୀମାନେ ବ୍ୟବହାର କରୁଥିବା ଦୁଇଟି ବନ୍ଧୁକ ଜବତ ହୋଇଛି। ସେଥି ମଧ୍ୟରୁ ଗୋଟିଏ SLR ବନ୍ଧୁକ ରହିଛି।

ସେହିପରି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଭେଜି ଜଙ୍ଗଲରେ ପୁଲିସ୍ ଏନକାଉଣ୍ଟରରେ ଆଉ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତ ହୋଇଛି। ଏହି ଦୁଇ ମାଓବଦୀଙ୍କୁ ଧରାଇ ଦେଲେ ୧୧ ଲକ୍ଷ ଟଙ୍କା ପୁରସ୍କାର ଦେବାପାଇଁ ଘୋଷଣା କରିଥିଲା ପୁଲିସ ବିଭାଗ।

ମୃତକଙ୍କ ଭିତରୁ ଜଣେ ଏଲ୍‌ଓଏସ୍ କମାଣ୍ଡର ମଡକମ ଏରା ଓ ଡେପୁଟୀ କମାଣ୍ଡର ମଡକମ୍ ଭୀମି ବୋଲି ଜଣାପଡ଼ିଛି। ଏହାକୁ ଧରାଇଦେଲେ ୮ ଲକ୍ଷ ଟଙ୍କା ପୁରସ୍କାର ଦେବାର ଘୋଷଣା କରାଯାଇଥିଲା। ସେହିପରି ଭୀମି ନାଁରେ ୩ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଡିଆରଜି ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି। ଏହି ଅଞ୍ଚଳରେ ଦୁଇ ଦିନରେ ୪ ମାଓବାଦୀ ପୁଲିସ ଗୁଳିରେ ନିହତ ହେଲେଣି।

Malkangiri Maoists Killed Naxal Dead